ବାହାଘର ଦିନ ଅନ୍ୟ ଯୁବତୀଙ୍କ ସହ ବରଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ଭାଙ୍ଗିପଡ଼ିଲେ କନ୍ୟା, ରାସ୍ତାରେ ଭୋଭୋ ହୋଇ କାନ୍ଦିଲେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ କନ୍ୟା ନିଜ ବିବାହ ଦିନ ତାଙ୍କର ହେବାକୁ ଥିବା ସ୍ବାମୀଙ୍କୁ ଅନ୍ୟ ଜଣେ ଯୁବତୀଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏହା ଦେଖି କନ୍ୟା ଜଣକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ି ଭୋଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ଟିକଟକରେ ଭାଇରାଲ ହୋଇଛି।

ଭାଇରାଲ ଭିଡିଓଟି ଚୀନର ବୋଲି କୁହଯାଉଛି। ଭିଡିଓ ପ୍ରାରମ୍ଭ‌ରେ ଜଣେ କନ୍ୟା କାର ପଛେପଛେ ଦୌଡ଼ୁଥିବା ଦେଖିବାକୁ ମିଳୁଛି। ଏହି କାର ଭିତରେ ତାଙ୍କ ଭାବି ସ୍ବାମୀ ଅନ୍ୟ ଜଣେ ଯୁବତୀଙ୍କ ସହିତ ଥିବା ସେ ଦେଖିବାକୁ ପାଇଥିଲେ। କନ୍ୟା ଓ ତାଙ୍କ ସାଥୀମାନଙ୍କୁ ‌ଦେଖି ବର ତାଙ୍କ ସହିତ ଥିବା ଯୁବତୀଙ୍କୁ ଲୁଚାଇବାକୁ ଚେଷ୍ଟା କରିଥିଲେ ଏବଂ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣା ଦେଖି କନ୍ୟା ଭାଙ୍ଗି ପଡ଼ିଥିଲେ, ଆଉ ଭୋଭୋ ହୋଇ କାନ୍ଦିଥିଲେ।

ଏଥିସହିତ ଭିଡିଓରେ ଦେଖିବାକୁ ମିଳୁଛି କି, ବର ଅଧା ପୋଷାକ ପିନ୍ଧିଥିବା ବେଳେ ‌ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏଥିରେ ଭାଙ୍ଗି ପଡ଼ିଥିବା କନ୍ୟାଙ୍କୁ ତାଙ୍କ ସାଙ୍ଗମାନେ ବୁଝାଇବା ସହିତ ପାଣି ପିଆଇ ଆଶ୍ବସନା ଦେଉଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର