ବିବାହ ପାଇଁ ସଜେଇ ହେବାକୁ ଯାଇଥିବା କନ୍ୟାକୁ ବିୟୁଟି ପାର୍ଲରରେ ଗଳା କାଟି ହତ୍ୟା କଲା ଯୁବକ

ରତଲାମ: ମଧ୍ୟ ପ୍ରଦେଶ ରତଲାମ ଜିଲ୍ଲା ଜାବରାରେ ରବିବାର ଏକ ବିୟୁଟି ପାର୍ଲରରେ ଜଣେ ମହିଳାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି। ପାର୍ଲରରେ ଏଭଳି ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେବା ସହିତ ସ୍ଥାନୀୟ ଅଞ୍ଚଳରେ ଏକପ୍ରକାର ଭୟର ବାତାବରଣ ଖେଳି ଯାଇଛି। ହତ୍ୟା ଘଟଣା ସମ୍ପର୍କରେ ସୂଚନା ପାଇ ଜାବରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଖୋଜିବା ତଦନ୍ତ ଆରମ୍ଭ କରିଛି। ହତ୍ୟାକାରୀ ଯୁବକ ନାମ ରାହୁଲ ବୋଲି ଜଣାପଡ଼ିଛି।

Ratlam News: Bride murdered inside beauty parlor in Javra, Ratlam

ପୁଲିସ ପକ୍ଷରୁ ପ୍ରକାଶ, ରାଜାପୁରର ସୋନୁ ଯାଦବ ବିବାହ ପାଇଁ ନିଜ ପରିବାର ସହ ଜାବରା ଆସିଥିଲେ । ବିବାହ ପୂର୍ବରୁ ମେକ-ଅପ ପାଇଁ ସେ ନିଜ ଭଉଣୀ ସହ ମନସାପୁରମସ୍ଥିତ ଏକ ବିୟୁଟି ପାର୍ଲର ଯାଇଥିଲେ। କିଛି ସମୟ ପରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଥିବାରୁ ପାର୍ଲରରେ ଖୁବ୍‌ଖୁସିରେ ସୋନୁ ସଜେଇ ହେଉଥିଲେ। ଏହି ସମୟରେ କେହି କିଛି ବୁଝିବା ପୂର୍ବରୁ ହଠାତ ଜଣେ ଯୁବକ ପାର୍ଲର ଭିତରକୁ ପଶି ଆସି ଏକ ଧାରୁଆ ଅସ୍ତ୍ରରେ ସୋନୁଙ୍କ ଗଳା କାଟି ସେଠାରୁ ଚମ୍ପଟ ମାରିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୋନୁଙ୍କୁ ହସ୍ପିଟାଲକୁ ନେଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୋନୁଙ୍କ କିଛି ବର୍ଷ ପୂର୍ବରୁ ଉଜ୍ୱେନର ଜଣେ ଯୁବକଙ୍କ ସହିତ ବିବାହ ହୋଇଥିଲା। କୌଣସି କାରଣବଶତଃ ଦୁହିଁଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା। ଏହି କାରଣରୁ ସୋନୁ ସ୍ୱାମୀଙ୍କ ଠାରୁ ଅଲଗା ହୋଇଯାଇଥିଲେ । ବର୍ତ୍ତମାନ ସେ ନଗଦାର ଜୈନ ସମ୍ପ୍ରଦାୟର ଜଣେ ଯୁବକଙ୍କୁ ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ। କିନ୍ତୁ ବିବାହ ବେଦୀରେ ବସିବା ପୂର୍ବରୁ ସବୁ କିଛି ଶେଷ ହୋଇଯାଇଛି। ସୋନୁଙ୍କ ମୃତ୍ୟୁ ପରେ ପରିବାରରେ ଶୋକରଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର