ନୂଆଦିଲ୍ଲୀ: ଫିରୋଜାବାଦରେ ସନ୍ଦେହଜନକ ପରିସ୍ଥିତିରେ ଜଣେ ନବବିବାହିତ ମହିଳାଙ୍କ ମୃତ୍ୟୁ ଘଟିଛି। ଯୌତୁକ ପାଇଁ ଶାଶୁଘରଲୋକ ନବବିବାହିତଙ୍କୁ ହତ୍ୟା କରିଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।

Advertisment

ସୂଚନାଯୋଗ୍ୟ, ମେନପୁରୀ ପୁଲିସ ଷ୍ଟେସନ ବିଛୱା ଗାଁର ତିସୌଲି ନିବାସୀ ଉଦୟବୀର ତାଙ୍କ ଝିଅ ଅନାମିକା (୨୮)ଙ୍କ ବିବାହ ରାମଗଡ ଗାଁର ବାସିନ୍ଦା ଅତୁଲଙ୍କ ସହିତ ଗତ୧୫ଦିନ ହେବ କରାଇଥିଲେ।

ମୃତକଙ୍କ ବାପା ଉଦୟବୀର ଅଭିଯୋଗ କରି କହିଛନ୍ତି ଯେ,‘ ଅନାମିକା ବାହାଘରର ଗୋଟିଏ/ଦୁଇ ଦିନ ପରେ ତାର ଶାଶୁ ଏକ କାର ‌ଯୌତୁକ ବାବଦକୁ ଦାବି କରିଥିଲେ। ଯଦି କାର ଦେଇ ପାରୁ ନାହା ତେବେ ୧୫ଲକ୍ଷ ଟଙ୍କା ଦେବାକୁ ଜିଦ କରିଥିଲେ। ମୁଁ ତାଙ୍କ ଜିଦ ରକ୍ଷା କରି ପାରି ନଥିଲି। କାରଣ ଯାହା ବି କିଛି ଅର୍ଥ ସଞ୍ଚୟ କରି ରଖିଥିଲି ସବୁକିଛି ଝିଅ ବାହାଘରରେ ଖର୍ଚ୍ଚ କରି ଦେଇଥିଲି। ଜ୍ବାଇଁ ଅତୁଲ ବି ମୋତେ ଫୋନ କରି କହିଥିଲେ ଝିଅ ଅନାମିକାକୁ ବୁଝାଇ ଦିଅ ନଚେତ ମୁଁ ତାକୁ ମାରି ଦେବି। ତା’ପରେ ମୁଁ ଫୋନ କଲା ଠୁ ଜ୍ବାଇଁ ଆଉ ଫୋନ ଉଠାଇ ନଥିଲେ। ତା’ପର ଦିନ ଫୋନ କରି କହୁଛନ୍ତି ତୁମ ଝିଅ ଜୀବନ ହାରି ଦେଇଛି। ମୁଁ ନିଶ୍ଚିତ ଯେ ଅନାମିକାକୁ ତାର ଶାଶୁଘର ‌ଲୋକ ହତ୍ୟା କରିବା ପରେ ଫାଶୀରେ ଟାଙ୍ଗି ଦେଇଛନ୍ତି।

ଏହି ଘଟଣା ସମ୍ପର୍କ‌ରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅନାମିକାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ବ୍ୟବଚ୍ଛେଦ ପରେ  ଅନାମିକାର ଶାଶୁଘର ଲୋକ ମୃତଦେହ ନେବାକୁ ମନା କରି ଦେଇଥିଲେ। ମୁଁ ନିଶ୍ଚିତ ‌ଯେ ଅନାମିକାର ଶାଶୁଘର ଲୋକଙ୍କ ଦାବି ମୁଁ ପୁରଣ କରି ନପାରିବାରୁ ‌ସେମାନେ ମୋ ଝିଅକୁ ଶବ କରି ମୋ ପାଖକୁ ପଠାଇ ଦେଇଛନ୍ତି।’