ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଗ୍ରାରେ ଆୟୋଜିତ ଏକ ବିବାହ ଉତ୍ସବରେ ବରପକ୍ଷଙ୍କ ଯୌତୁକ ଦାବି ଶୁଣି କନ୍ୟା ନିଜେ ନିଜ ମଥାରୁ ସିନ୍ଦୁର ପୋଛି ଦେଇଥିବାର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।
ସମ୍ପୂର୍ଣ୍ଣ ଘଟଣାଟି କୁବେରପୁର ଅଞ୍ଚଳରେ ଘଟିଛି। ଦିଲ୍ଲୀର କରାୱଲ ନଗରରୁ ବିବାହ ଶୋଭାଯାତ୍ରା କୁବେରପୁରକୁ ଆସିଥିଲା। କନ୍ୟାଘର ଲୋକ ବରଯାତ୍ରୀଙ୍କ ପାଇଁ ବିବାହ ଭୋଜିର ସମ୍ପୂର୍ଣ୍ଣ ଭାବେ ଆୟୋଜନ କରିଥିଲେ।
ବରଯାତ୍ରୀ କନ୍ୟା ଘରେ ପହଞ୍ଚିବା ପରେ ବିବାହ ରୀତିନୀତି ଆରମ୍ଭ ହୋଇଥିଲା।ବର-ବଧୂଙ୍କ ସାତଫେରେ ନେବାର ସମୟ ଆସିଥିଲା। ପୁଅ ଏବଂ ଝିଅ ଉଭୟ ବିବାହ ମଣ୍ଡପରେ ପହଞ୍ଚିଲେ, ଯେଉଁଠାରେ ସେମାନଙ୍କର ବିବାହ ସମ୍ପର୍ଣ୍ଣ ହୋଇଥିଲା। ବର କନ୍ୟାଙ୍କ ମଥାରେ ସିନ୍ଦୁର ଦେଇଥିଲେ। ଦୁଇପରିବାର ବିବାହକୁ ନେଇ ବେଶ ଖୁସି ଥିଲେ।
ଏହାପରେ ଝିଅ ବିଦାୟୀର ରୀତିନୀତି ଆରମ୍ଭ ହୋଇଥିଲା। ଠିକ ଏହି ସମୟରେ ବର କନ୍ୟାଙ୍କ ବାପାଙ୍କୁ ଯୌତୁକ ବାବଦକୁ ଏକ ବୁଲେଟ୍ ଦାବି କରିଥିଲେ। ବରଙ୍କ ଏଭଳି ଦାବି ଶୁଣି କନ୍ୟାପକ୍ଷ ଭାଙ୍ଗି ପଡ଼ିଥିଲେ। କାରଣ ସେମାନେ ଆଉ ବୁଲେଟ ଦେବାକୁ ସକ୍ଷମ ଥିଲେ। କାରଣ ଯାହା ଯେଉଁଠି ପୁଞ୍ଜି ଥିଲା ସବୁକିଛି କନ୍ୟା ଘରର ଲୋକ ଝିଅ ବିବାହରେ ଖର୍ଚ୍ଚ କରି ସାରିଥିଲେ।
ବର ଜିଦ ଧରିଥିଲେ ଯେ ପର୍ଯ୍ୟନ୍ତ କନ୍ୟାଙ୍କ ବାପା ବୁଲେଟ ଦେବାକୁ ରାଜି ନାହାନ୍ତି ଝିଅକୁ ସେ ନିଜ ସାଙ୍ଗରେ ନେଇ ପାରିବେ ନାହିଁ। ବରଙ୍କ ଏଭଳି ନିଷ୍ପତ୍ତି ପରେ ବିବାହରେ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଥିଲା। ଏହା ଦେଖି କନ୍ୟା ଚିନ୍ତିତ ହୋଇଯାଇଥିଲେ। ସେ ବରଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିଛି ସମାଧାନ ନହେବାରୁ ସେ ନିଜ ହାତରେ ନିଜ ମଥାରୁ ସିନ୍ଦୁର ପୋଛି ଦେଇ ବିବାହକୁ ଭାଙ୍ଗି ଦେଇ ବରଙ୍କୁ ତଡ଼ି ଦେଇଥିଲେ।
ପୁଲିସ ପାଖରେ ଯାଇ ଖବର ପହଞ୍ଚିଲା। ପୁଲିସ ଉଭୟ ପକ୍ଷଙ୍କୁ ଡାକି ସେମାନଙ୍କ ସହ କଥା ହୋଇଥିଲା। ଏକ ପଞ୍ଚାୟତ ମଧ୍ୟ ଡକାଯାଇଥିଲା, କିନ୍ତୁ ସମସ୍ୟାର ସମାଧାନ ହୋଇପାରିଲା ନାହିଁ। ଶେଷରେ ଉଭୟ ପକ୍ଷ ପରସ୍ପରକୁ ଦେଇଥିବା ଜିନିଷପତ୍ର ଫେରାଇ ଦେଇଥିଲେ। ବର କନ୍ୟା ବିନା ଘରକୁ ଫେରି ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/04/w7lpDCBfA7SsDM3zs5Yt.jpg)