୧୦ବର୍ଷର ପ୍ରେମ ସଂପର୍କ ପରେ ବିବାହ କରିବାକୁ ଯାଉଥିଲେ ପ୍ରେମୀଯୁଗଳ, ବେଦୀରେ ପ୍ରେମିକା ଅପେକ୍ଷା କରିଥିବା ବେଳେ ଆସିଲାନି ପ୍ରେମିକ

ନାଗପୁର : ୧୦ବର୍ଷର ପ୍ରେମ ସଂପର୍କ ପରେ ବିବାହ ବନ୍ଧନରେ ବାନ୍ଧି ହୋଇ ରହିବାର ସ୍ୱପ୍ନ ଦେଖିଥିଲା ପ୍ରେମିକା। ହାତରେ ମେହେନ୍ଦୀ ଏବଂ ପାଦରେ ଅଳତା ଲଗାଇ ମନର ମଣିଷକୁ ବିବାହ କରିବା ପାଇଁ ପ୍ରେମିକା ନିଜ ସାଥୀର ବାଟକୁ ଚାହିଁ ବସିଥିଲା । କିନ୍ତୁ ଆସିଲା ନାହିଁ ପ୍ରେମିକ । ବେଦୀରେ ଦୁଇ ଘଣ୍ଟା କାଳ ଅପେକ୍ଷା କରି ମଧ୍ୟ ପ୍ରେମିକର କୌଣସି ଖୋଜ୍‌ ଖବର ମିିଳି ନ ଥିଲା । ଶେଷରେ ବାଧ୍ୟ ହୋଇ ପୀଡ଼ିତାଙ୍କ ପରିବାର ଲୋକେ ପୁଲିସରେ ଏତଲା ଦେଇଥିବା ଜଣାପଡ଼ିଛି । ଏହି ଠକ ପ୍ରେମିକଙ୍କ ନାମ ପ୍ରବୀଣ ବୋଲି ଜଣାଯାଇଛି । ପୀଡ଼ିତାଙ୍କ ମା’ଙ୍କ କହିବା ଅନୁଯାୟୀ, ପ୍ରବୀଣଙ୍କ ମା’ ଜାଣି ଶୁଣି ନିଜ ପୁଅକୁ ଦୂରକୁ ପଠାଇ ଦେଇଛନ୍ତି।ସୂଚନା ମୁତାବକ,ପୀଡ଼ିତା ଏବଂ ପ୍ରବୀଣ ଦୁହେଁ ଦୁହିଁଙ୍କୁ ୧୦ବର୍ଷ ହେବା ଭଲ ପାଇ ଆସୁଥିଲେ ।

bhaskar.com

୧୦ବର୍ଷର ସଂପର୍କ ପରେ ଯେତେବେଳେ ପୀଡ଼ିତା ବିବାହ କଥା ଉଠାଇଥିଲେ, ପ୍ରବୀଣ ବାହା ହେବା ପାଇଁ ସିଧା ସିଧା ମନା କରି ଦେଇଥିଲେ । ପୀଡ଼ିତାଙ୍କ ପରିବାର ଲୋକେ ଏ ବିଷୟରେ ଜାଣିବା ପରେ ପଞ୍ଚାୟତର ଏକ ବୈଠକ ଡ଼କାଇଥିଲେ । ଯେଉଁଠି ଦୁଇ ଜଣଙ୍କ ବିବାହ କରାଯିବ ବୋଲି ନିଷ୍ପତ୍ତିି ନିଆଯାଇଥିଲା । ବିବାହ ତାରିଖ ମେ ୩ ରଖା ଯାଇଥିବା ବେଳେ ସମସ୍ତଙ୍କୁ ନିମନ୍ତ୍ରଣ କାର୍ଡ଼ ବଣ୍ଟା ସାରିଥିଲା । କିନ୍ତୁ ବିବାହ ଦିନ ମଣ୍ଡପରେ ପହଁଞ୍ଚି ନ ଥିଲା ବର । ଅଭିଯୁକ୍ତଙ୍କର ଏପରି କାମ ପାଇଁ ତାଙ୍କ ମା’ଙ୍କୁ ଦାୟୀ କରାଯାଉଥିବା ବେଳେ ଏ ଘଟଣାକୁ ନେଇ ଏକ ଭିନ୍ନ ମତ ରଖିଛନ୍ତି ପ୍ରବୀଣଙ୍କ ମା’ । ତାଙ୍କ କହିବା ଅନୁଯାୟୀ ମୋ ପୁଅ କ’ଣ ପାଇଁ ଏବଂ କୁଆଡ଼େ ଯାଇଛି ତାହା ମୁଁ ଜାଣି ନାହିଁ । ମୋତେ ବାହାରେ କାମ ଅଛି କହି ସେ ଯାଇଥିଲା । କିନ୍ତୁ ଆଉ ଫେରି ନଥିଲା । ତେବେ ଏ ନେଇ ଏତଲା ଦିଆଯିବା ପରେ ଅଭିଯୁକ୍ତ ପ୍ରବୀଣଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର