ମଥାରେ ସିନ୍ଦୂର ଭରୁଥିବା ସମୟରେ ବରକୁ ଅତି ନିକଟରୁ ଦେଖି କନ୍ୟା କାହିଁକି ବିବାହ କରିବାକୁ ମନା କଲା ଜାଣନ୍ତୁ

ମିର୍ଜାପୁର: ଉତ୍ତରପ୍ରଦେଶର ମିର୍ଜାପୁରରେ ବିବାହ ଭାଙ୍ଗିବା ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବର କନ୍ୟାର ମଥାରେ ସିନ୍ଦୂର ଭରୁଥିବା ସମୟରେ ବିବାହ କରିବାକୁ ମନା କରି ଦେଇଥିଲେ କନ୍ୟା। ଏହାର କାରଣ ପଚାରିବାରୁ କନ୍ୟା କହିଥିଲେ ବର ରଙ୍ଗର ଏତେ କଳା ବୋଲି ମୁଁ ଜାଣି ନଥିଲି, ତେଣୁ ମୁଁ କଦାପି ଏହି ବିବାହ କରି ପାରିବି ନାହିଁ।

ଏଭଳି ଏକ ଘଟଣା ମିର୍ଜାପୁର ଜିଲ୍ଲା ଚୁନାର କୋତବାଲି ଅଞ୍ଚଳର ମଗରଦହା ଗ୍ରାମରେ ରବିବାର ରାତିରେ ଏକ ବିବାହ ଉତ୍ସବରେ ଘଟିଛି। ବର ବିବାହ କରିବାକୁ କନ୍ୟା ଘରେ ପହଞ୍ଚିଥିଲା। କନ୍ୟା ପକ୍ଷ ବି ଧୁମ୍‌ଧାମ୍‌ରେ ବରଯାତ୍ରୀଙ୍କ ସ୍ୱାଗତ କରିଥିଲେ। ରାତିରେ ବିବାହ ଆରମ୍ଭ ହୋଇଥିଲା। ଜୟମାଳା ରୀତି ସମ୍ପନ୍ନ ହେବା ପରେ ଯେତେବେଳେ ସିନ୍ଦୂର ଭରିବା ପାଇଁ ବର କନ୍ୟାର ଅତି ନିକଟ ହୋଇଥିଲା। କନ୍ୟା ବରର ରଙ୍ଗକୁ ଦେଖି ବିବାହ କରିବ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ। କନ୍ୟାର ଏଭଳି ନିଷ୍ପତ୍ତିରେ ଉଭୟ କନ୍ୟା ଓ ବର ଘରପକ୍ଷରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। କ’ଣ କରିବେ କିଛି ବୁଝି ବିଚାରି ପାରି ନଥିଲେ। ଏହି ମାମଲା ମାରପିଟ ପର୍ଯ୍ୟନ୍ତ ଚାଲି ଯାଇଥିଲା। ଏହାପରେ ବର ବରଯାତ୍ରୀ ନେଇ ଶିଶୁପାଳ ହୋଇ ଫେରି ଯାଇଥିଲା।

ସମ୍ବନ୍ଧିତ ଖବର