ନୂଆଦିଲ୍ଲୀ: ବ୍ରିଟେନ୍ର ଜଣେ ମନ୍ତ୍ରୀ ୨ ଜଣ ମହିଳାଙ୍କୁ ମୋବାଇଲ୍ ଯୋଗେ ଯୌନ ଉତ୍ପୀଡ଼ନ ବାର୍ତ୍ତା ପଠାଇବା ପରେ ଇସ୍ତଫା ଦେଇଛନ୍ତି ବୋଲି ରବିବାର ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି। ଲଘୁ ବ୍ୟବସାୟ ମନ୍ତ୍ରୀ ରବିବାର ଗଣମାଧ୍ୟମରେ କହିଛନ୍ତି ଯେ ସେ ଗଭୀର ଭାବେ ଲଜ୍ଜିତ। ତାଙ୍କର ଏପରି ଏକ କାର୍ଯ୍ୟ ପାଇଁ ନିଜ ପତ୍ନୀ ଓ ପରିବାର ସମାଜରେ ଯେଉଁଭଳି ଭାବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଥିପାଇଁ ସେ ଅନୁତପ୍ତ। ମନ୍ତ୍ରୀ ଗ୍ରାଫିଥ୍(୪୭) ତାଙ୍କର ଏପରି ମନ୍ଦ ଆଚରର ପାଇଁ କ୍ଷମା ମଧ୍ୟ ମାଗିଛନ୍ତି। ପ୍ରଧାନମନ୍ତ୍ରୀ ଥେରେସା ମେ ଏବଂ ସରକାରଙ୍କୁ ସେ ଅପମାନିତ କରିଥିବାରୁ ନିଜକୁ ଖୁବ୍ ଛୋଟ ମନେ କରୁଥିବାର କହିଛନ୍ତି।
ଏହି ସାଂସଦ ଜଣକ ୬ ମାସ ତଳୁ ସ୍ନାପ୍ଚାଟରେ ୨ ଜଣ ମହିଳାଙ୍କୁ ଅନୁକରଣ କରି ଆସୁଥିଲେ। ଶେଷରେ ସେ ଜୁନ୍ ମାସରେ ସେ ଦୁହିଁଙ୍କୁ ଯୋଗାଯୋଗ କରିଥିଲେ। ସେହି ମହିଳା ଦ୍ୱୟଙ୍କ ମଧ୍ୟରୁ ଇମୋଗେନ୍ ତ୍ରେହରେନ୍(୨୮) ନାମକ ଜଣେ ମହିଳା ଗଣମାଧ୍ୟମରେ ଜଣାଇଛନ୍ତି କି ‘ମୁଁ ଫେସ୍ବୁକ୍ରେ ଏକ ଭିଡିଓ ପୋଷ୍ଟ୍ କଲୋ ପରେ ମନ୍ତ୍ରୀ ମୋତେ ମେସେଜ୍ କରିଥିଲେ।’
ଏ ସଂପର୍କରେ ମନ୍ତ୍ରୀ ଗ୍ରାଫିଥ୍ କହନ୍ତି କି ‘ମୁଁ ନିଜର ପ୍ରତିକ୍ରିୟା ରଖେ ବୋଲି ଉଦେଶ୍ୟ ରଖି ଏକ ନିର୍ଦ୍ଦିଷ୍ଟ ଭିଡିଓ ଅପ୍ଲୋଡ କରାଯାଇଥିଲା।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍, ହ୍ଵାଟ୍ସଆପ୍ ଏବଂ ସ୍ନାପ୍ଚାଟ ଆଦି ସୋସିଆଲ୍ ସାଇଟ୍ରେ ୩ ସପ୍ତାହ ମଧ୍ୟରେ ଗ୍ରାଫିଥ୍ ପୀଡ଼ିତା ମହିଳା ତ୍ରେହରେନ୍ ଓ ଅନ୍ୟ ଜଣଙ୍କୁ ୨ ହଜାର ଥର ମେସେଜ୍ ପ୍ରେରଣ କରିଛନ୍ତି। ତ୍ରେହରନ କହିଛନ୍ତି କି ସବୁବେଳେ ସେ ଗ୍ରାଫିଥ୍ଙ୍କୁ ତାଙ୍କର ଆଗ୍ରହ ସଂପର୍କରେ ପଚାରିଲେ ସେ ବୁଲି ବାଲି ଆସି ସେକ୍ସ ପାଖରେ ପହଞ୍ଚି ଯାଆନ୍ତି। ଯାହାକି ଖୁବ୍ ଲଜ୍ଜାକର ଓ ଘୃଣିତ।