ଗୋଆରେ ସମୁଦ୍ର କୂଳରୁ ଟେକି ନେଇ ରାସ୍ତା କଡ଼ରେ ବ୍ରିଟିଶ ମହିଳାଙ୍କୁ ଦୁଷ୍କର୍ମ,ପୀଡ଼ିତାଙ୍କ ପାଖରେ ଥିବା ସବୁ ଦାମୀ ଜିନିଷ ନେଇ ଅଭିଯୁକ୍ତ ଫେରାର

ପାଣାଜୀ : ଭାରତରେ ବହୁ ଐତିହାସିକ ଦର୍ଶନୀୟସ୍ଥାନ ଥିବା ବେଳେ ଏଠାକୁ ପ୍ରତିବର୍ଷ ବିଦେଶରୁ ଲକ୍ଷ ଲକ୍ଷ ଲୋକ ବୁଲିବା ପାଇଁ ଆସିଥାନ୍ତି । କିନ୍ତୁ ଭାରତ ବୁଲି ଆସିଥିବା ବେଳେ କିଛି ବିଦେଶୀ ମହିଳା ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଭାରତର ଭାବମୂର୍ତ୍ତୀକୁ କ୍ଷୁର୍ଣ୍ଣ କରୁଛି ।

ପୂର୍ବରୁ ଅନେକ ଥର ବିଦେଶର ମହିଳା ଭାରତ ଆସି ଦୁଷ୍କର୍ମର ଶିକାର ହେବା ଖବର ମିଳି ସାରିଥିବା ବେଳେ ଏବେ ଗୋଆରେ ପୁଣି ଜଣେ ବ୍ରିଟିଶ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି । ଗୋଆ ସମୁଦ୍ର କୂଳରୁ ପୀଡ଼ିତାକୁ ଅଭିଯୁକ୍ତ ଟେକି ନେବା ସହ ରାସ୍ତା କଡ଼ରେ ଦୁଷ୍କର୍ମ କରିଥିଲେ । ଏହା ପରେ ତାଙ୍କ ପାଖରେ ଥିବା ଜରୁରୀ ଜିନିଷ ସବୁ ନେଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

Isha Sadhguru

ପୁଲିସ ଦେଇଥିବା ସୂଚନା ମୁତାବକ, ପୀଡ଼ିତା ସଂନ୍ଧ୍ୟା ୪ଟା ସମୟରେ ଗୋଆର ପାଲୋଲକ ବିଚ୍‌କୁ ବୁଲିବା ପାଇଁ ଯାଇଥିଲେ । ଏହି ସମୟରେ ଜଣେ ଯୁବକ ତାଙ୍କୁ ଜୋର ଜବରଦସ୍ତ ରେଳ ଷ୍ଟେସନ ଆଡ଼କୁ ନେଇ ଯାଇଥିଲା । ରେଳ ଷ୍ଟେସନ ପଛରେ ଥିବା ରାସ୍ତାରେ ଅଭିଯୁକ୍ତ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରି ତାଙ୍କ ପାଖରେ ଥିବା ବ୍ୟାଗ୍‌ ନେଇ ଫେରାର ହୋଇ ଯାଇଥିଲେ । ଅଭିଯୋଗ ପାଇ ଏବେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର