ସଟର୍‌ ତାଡ଼ି ଲକ୍ଷାଧିକ ଟଙ୍କାର ଜିନିଷ ଲୁଟ୍‌

ଚନ୍ଦ୍ରଶେଖରପୁର: ବେଶ୍‌ କିଛି ଦିନର ବ୍ୟବଧାନ ପରେ ପୁଣିଥରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଆରମ୍ଭ ହୋଇଯାଇଛି ଲୁଟେରାଙ୍କ ଆତଙ୍କ। ଫଳରେ ପ୍ରତିଦିନ କିଛି ନା କିଛି ଲୁଟ୍‌ପାଟ୍‌ ହେଉଛି ଏହି ଅଞ୍ଚଳରେ। ସୋମବାର ରାତିରେ କିଛି ସଟର୍‌ ତଡ଼ା ଲୁଟେରା ନିଜର କାର୍‌ନାମା ଦେଖାଇଛନ୍ତି । ନୀଳାଦ୍ରିବିହାର ଛକରେ ଥିବା ଏକ ଫର୍ମାସି ଓଷଧ ଦୋକାନର ସଟର୍‌ ତାଡ଼ି ଲୁଟେରାମାନେ ଲକ୍ଷାଧିକ ଟଙ୍କାର ଓଷଧ, କମ୍ପ୍ୟୁଟର୍‌ ଓ କିଛି ଟଙ୍କା ଲୁଟ୍‌ କରି ନେଇଛନ୍ତି। ଏନେଇ ସପ୍‌ ମ୍ୟାନେଜର୍‌ ସ୍ଥାନୀୟ ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ଘଟଣାସ୍ଥଳରେ ତଦନ୍ତ କରିଛି। ପୁଲିସ ନିକଟରେ ଥିବା ସିସିଟିଭି ଫୁଟେଜ୍‌କୁ ସଂଗ୍ରହ କରି ଲୁଟେରାଙ୍କ ପତ୍ତା ଲଗାଇବାକୁ ଉଦ୍ୟମ କରିବା ସହ ସେମାନଙ୍କୁ ଧରିବା ଲାଗି ତନାଘନା ଚଳାଇଥିବା ସୂଚନା ମଳିଛି।

ସମ୍ବନ୍ଧିତ ଖବର