ପ୍ରେମ କରିବା ମହଙ୍ଗା ପଡ଼ିଲା: ଭଉଣୀ ଗୁପ୍ତାଙ୍ଗରେ ଗୁଳି ଫୁଟାଇ ଦେଲା ଭାଇ

ଲକ୍ଷ୍ମୌ: ଉତ୍ତରପ୍ରଦେଶ ମେରଠର ସରଧାନା ଥାନା ଅଞ୍ଚଳସ୍ଥ ଗାଢ଼ି ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଭାଇର ଗୁଳିମାଡ଼ରେ ଭଉଣୀର ମୃତ୍ୟୁ ହୋଇଛି। ନିଜ ହାତରେ ସବୁଦିନ ପାଇଁ ଭାଇ ଭଉଣୀକୁ ଆରପାରିକୁ ଠେଲି ଦେଇଛି।

ସୂଚନାଯୋଗ୍ୟ, ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ରାଣୀ (ଛଦ୍ମନାମ) ଜଣେ ଯୁବକଙ୍କ ପ୍ରେମରେ ପଡ଼ି ଯାଇଥିଲେ। ପରିବାରଲୋକ ଝିଅର ଏହି ପ୍ରେମ ସମ୍ପର୍କ ବିଷୟରେ ଜାଣିବା ପରେ ତାଙ୍କୁ ଏଥିରୁ ନିବୃତ୍ତ ରହିବାକୁ କହିଥିଲେ। କିନ୍ତୁ ଝିଅ ପରିବାରଲୋକଙ୍କ କୌଣସି କଥା ନଶୁଣି ବାରମ୍ବାର ତାଙ୍କର ପ୍ରେମିକ ସହିତ ମିଳାମିଶା କରୁଥିଲେ। ଭଉଣୀର ଏଭଳି ସମ୍ପର୍କ ବିଷୟରେ ଭାଇ ଖବର ପାଇ ପରେ ତାର ରାଗ ଚରମସୀମାରେ ପହଞ୍ଚି ଯାଇଥିଲା। ନିଜ ରାଗ ଉପରେ ନିୟନ୍ତ୍ରଣ ରକ୍ଷା କରି ନପାରି ଭଉଣୀ ଗୁପ୍ତାଙ୍ଗକୁ ଗୁଳି ଚଳାଇ ହତ୍ୟା କରିଥିଲା।

Image result for gun
Science | HowStuffWorks

ଗତ ରବିବାର ଏହି ହତ୍ୟାକାଣ୍ଡ ବିଷୟରେ ଖବର ପାଇବା ପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଝିଅର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହାପରେ ଏହି ଘଟଣାରେ ସମ୍ପୃକ୍ତ ଥିବା ୩ଜଣଙ୍କୁ ପୁଲିସ ବିଚାରବିଭାଗୀୟ ହେପାଜତକୁ ନେଇ ପଚରାଉଚରା ଜାରି ରଖିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଏପଟେ ମୃତ ଝିଅଙ୍କ ପ୍ରେମିକ ସହ ସମ୍ପର୍କ କରି ପୁଲିସ ପଚରାଉଚରା ଜାରି ରଖିଛି।

ସମ୍ବନ୍ଧିତ ଖବର