ଲକ୍ଷ୍ନୌ: ଉତ୍ତରପ୍ରଦେଶର ଫତେହପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଭିଣୋଇ ନିଜ ନାବାଳିକା ଶାଳୀକୁ ଦୁଷ୍କର୍ମ କରିବା ଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି।
ଜାଣିବାକୁ ମିଳିଛି ଯେ ନିଜ ବଡ଼ ଭଉଣୀ ଘରକୁ ଆସିଥିବା ସାନ ଭଉଣୀ ସହ ତାଙ୍କ ଭିଣୋଇ ଏପରି କୁକର୍ମ କରିଛି। ସକାଳୁ ପୀଡ଼ିତା ସାନ ଭଉଣୀ ଜଣକ ନିଜ ବଡ଼ ଭଉଣୀକୁ ସମସ୍ତ କଥା କହିବା ପରେ ଘଟଣା ସାମ୍ନାକୁ ଆସିଥିଲା। ତାପରେ ଅଭିଯୁକ୍ତର ପତ୍ନୀ ବା ପୀଡ଼ିତାଙ୍କ ବଡ଼ ଭଉଣୀ ନିଜ ଘରକୁ ଫୋନ୍ କରି ସମସ୍ତ କଥା କହିଥିଲେ।
ଘର ଲୋକ ଏ ସଂପର୍କରେ ଜାଣିବା ପରେ ଜ୍ବାଇଁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଝିଅ ଘରକୁ ଧାଇଁ ଆସିଥିଲେ। ସେମାନେ ଜ୍ବାଇଁକୁ ପାଇ ବାଡ଼ାପିଟା କରିବା ସହ ପୁଲିସ୍ରେ ସୂଚନା ଦେଇଥିଲେ। ପୁଲିସ୍ ପୋକ୍ସୋ ଆକ୍ଟ ଅଧିନରେ ଏବେ ଏହି ମାମଲାର ତଦନ୍ତ କରୁଛି।
ଅଭିଯୋଗ ହୋଇଛି ଯେ ଅଭିଯୁକ୍ତ ଭିଣୋଇ ନିଜ ଶଶୁର ଘରକୁ ଯାଇଥିଲା। ଧାନ ରୁହା ବାହାନା କରି ନିଜ ଶାଳୀକୁ ତା’ ସହ ଘରକୁ ନେଇ ଆସିଥିଲା। ରାତିରେ ଖାଇବା ପରେ ଅଭିଯୁକ୍ତର ଶାଳୀ ନିଜ ଭଉଣୀ ସହ ଶୋଇବାକୁ ଯାଉଥିଲେ। ଏତିକି ବେଳେ ଭିଣୋଇ ମୋବାଇଲ ମଗାଇବା ବାହାନାରେ ଶାଳୀକୁ ଛାତକୁ ଡାକିଥିଲା। ଶାଳୀ ମୋବାଇଲ୍ ଧରି ଛାତରେ ପହଞ୍ଚିବା ପରେ ସେ ଶାଳୀର ମୁହଁକୁ ବନ୍ଦ କରି ତା’ ସହ ଦୁଷ୍କର୍ମ କରିଥିଲା।
ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ନିଜ ଶାଳୀକୁ ଏ ସଂପର୍କରେ କାହାକୁ ନକହିବାକୁ ଧମକ ଦେଇଥିଲା। ପୀଡ଼ିତା ଭୟରେ ରାତିରେ କାହାକୁ କିଛି ନକହି ସକାଳ ହେବା ମାତ୍ରେ ନିଜ ଭଉଣୀକୁ ସବୁ କଥା କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/Rape-1.jpg)