ବେତୁଲ: ମଧ୍ୟପ୍ରଦେଶର ବେତୁଲ ସହରରେ ‘୧୦୦୦ ଭଉଣୀଙ୍କ ଭାଇ’ ଜଣେ ୧୧ ବର୍ଷର ବାଳିକା ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ପୁଲିସ ଉକ୍ତ ଦୁଷ୍କର୍ମକାରୀକୁ ଗିରଫ କରି ନେଇଛି। ଗିରଫ ଦୁଷ୍କର୍ମକାରୀ ନାମ ରାଜେନ୍ଦ୍ର ସିଂହ ଓରଫ କେନ୍ଦୁ ବାବା ବୋଲି ଜଣାପଡ଼ିଛି।

Advertisment

ବେତୁଲଗଞ୍ଜ ଥାନା ଅଧିକାରୀ ସୋତିଲାଲ କୁଶଓ୍ଵାହାଙ୍କ କହିବାନୁସାରେ, ରାଜେନ୍ଦ୍ର ସିଂହ ଚୌହ୍ଵାନ୍‌ ଓରଫ କେନ୍ଦୁ ବାବା ରାକ୍ଷୀବନ୍ଧନ ଦିନ ସାମୁହିକ ରକ୍ଷା ବନ୍ଧନର ଆୟୋଜନ କରିଥାଏ। ନିଜକୁ ୧୦୦୦ ଭଉଣୀଙ୍କ ଭାଇ ବୋଲି ପରିଚୟ ଦେଇଥାଏ। ରାଜେନ୍ଦ୍ର ସିଂହ ବିରୋଧରେ ଜଣେ ୧୧ବର୍ଷ ବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ ଏହି ମାମଲା ନେଇ ଯାଞ୍ଚ ଆରମ୍ଭ କରି ଦେଇଛି।

publive-image News Track English

ପୁଲିସ ପୀଡିତା ସହିତ ଆଲୋଚନା କରିବା ପରେ ଦୁଷ୍କର୍ମ ଘଟଣା ବିଷୟରେ ଜଣା ପଡ଼ିଥିଲା। ଦୁଷ୍କର୍ମକାରୀ ପ୍ରଥମେ ଫେରାର ଥିଲା ଓ ପରବର୍ତ୍ତୀ ସମୟରେ ନିଜେ ଆସି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ରାଜେନ୍ଦ୍ର ସିଂହ ବିରୋଧରେ ପୋକସୋ ଆକ୍ଟରେ ମାମଲା ରୁଜୁ କରାଯାଇଛି।