ସାଗର : ମଧ୍ୟପ୍ରଦେଶର ସାଗରରେ ଘଟିଛି ଏକ ଅଭାବନୀୟ ଘଟଣା । ଦାଦା ପୁଅ ଭାଇ ସାଜିଛି ଦୁଷ୍କର୍ମକାରୀ । ନିଜ ସାଙ୍ଗମାନଙ୍କ ସହ ମିଶି ଦାଦାପୁଅ ଭାଇ ନାବାଳିକା ଭଉଣୀ ସହ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାରୁ ତାକୁ ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଏତଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି ।
ସୂଚନା ମୁତାବକ,ଏହି ଘଟଣାଟି ଘଟିଥିଲା ଗୁରୁବାର ସନ୍ଧ୍ୟାରେ । ପୀଡ଼ିତା ଜଣକ ଘରେ ଏକା ଥିବା ବେଳେ ପୀଡ଼ିତାଙ୍କ ଦାଦା ପୁଅ ଭାଇ ଏବଂ ତାଙ୍କ ସାଙ୍ଗମାନେ ଘରକୁ ଆସିଥିଲେ । ପୀଡ଼ିତା ଜଣକ ହଠାତ୍ କିଛି ଜାଣି ପାରି ନ ଥିବା ବେଳେ ଘରେ କେହି ନାହାନ୍ତି ପରେ ଆସିବ ବୋଲି ସେମାନଙ୍କୁ ଜଣାଇଥିଲେ । ଏହା ଶୁଣି ପୀଡ଼ିତାଙ୍କ ଭାଇ ତାଙ୍କ ସହ ଅସଦାଚରଣ କରିବା ଆରମ୍ଭ କରି ଦେଇଥିଲେ । ପୀଡ଼ିତାଙ୍କ ଭାଇ ଏବଂ ତାଙ୍କ ସାଙ୍ଗମାନେ ମିଶି ଦୁଷ୍କର୍ମର ଉଦ୍ୟମ କରିବାରୁ ପୀଡ଼ିତା ଜଣଙ୍କ ଡ଼ରରେ ଚିତ୍କାର କରିବାକୁ ଲାଗିଥିଲେ ।
/sambad/media/post_attachments/wp-content/uploads/2018/05/download-33-300x168.jpg)
ଧରା ପଡ଼ିଯିବା ଡ଼ରରେ ପୀଡ଼ିତାଙ୍କ ଦାଦାପୁଅ ଭାଇ ଏବଂ ତାଙ୍କ ସାଙ୍ଗମାନେ ରାଗରେ ଘର ଭିତରେ ପୀଡ଼ିତାଙ୍କୁ ଜିଅନ୍ତା ଜାଳି ଦେଇଥିଲେ । କାମ ସାରି ପରିବାର ଲୋକେ ଘରକୁ ଫେରିବା ପରେ ଆଉ କିଛି ବାକି ନ ଥିଲା । ପୂରା ଘଟଣା ବିଷୟରେ ପଡ଼ୋଶୀଙ୍କ ଠାରୁ ଜାଣି ପରିବାର ଲୋକେ ପୁଲିସରେ ଏତଲା ଦେବା ପରେ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।