ରାଖୀବନ୍ଧା ପରେ ଉପହାର ଦେବା ସମୟରେ ନିଶାଗ୍ରସ୍ତ ଭଉଣୀକୁ ବନ୍ଧୁକ ମୁନରେ ଦୁଷ୍କର୍ମ ଉଦ୍ୟମ କଲା ଭାଇ

ଚିତ୍ରକୁଟ : ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲ୍ଲାରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ମଣିଷ ଚରିତ୍ର କିଭଳି ସ୍ତରକୁ ଗଲାଣି ତାହା ଭାବିକାକୁ ବାଧ୍ୟ କରିଛି । ରାଖୀ ବାନ୍ଧିବାର ୫ଘଣ୍ଟା ପରେ ଜଣେ ଭାଇ ତା’ ଭଉଣୀକୁ ଦୁଷ୍କର୍ମ କରିବାର ଉଦ୍ୟମ କରିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏ ନେଇ ଅଭିଯୁକ୍ତ ଭାଇକୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

Slator

ସୂଚନା ମୁତାବକ, ରବିବାର ଦିନ ଭଉଣୀ ରାଖୀ ପିନ୍ଧାଇବା ପରେ ଅଭିଯୁକ୍ତ ଜଣଙ୍କ ଉପହାର ଆଣିବା ପାଇଁ ବାହାରକୁ ଚାଲି ଯାଇଥିଲା। ସେ ରାତିରେ ମଦ ନିଶାରେ ଘରକୁ ଫେରି ନିଜ ଦାଦାଙ୍କ ଘରକୁ ଯାଇଥିଲା। ସେଠାରେ ବିଧବା ଭଉଣୀକୁ ଏକୁଟିଆ ଦେଖି ପାଖରେ ଥିବା ବନ୍ଧୁକ ବାହାର କରି ଭୟଭୀତ କରିଥିଲା। ଏହାପରେ ଦୁଷ୍କର୍ମ ଉଦ୍ୟମ କରିଥିଲା । ଭଉଣୀର ପାଟି ଶୁଣି ଘରଲୋକ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ପରିବାର ଲୋକ ପୁଲିସରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର