ବ୍ରାଉନ୍‌ସୁଗାର ଓ କାର ଜବତ, ଯୁବକ ଗିରଫ

ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ବ୍ରାଉନ୍‌ସୁଗାର ବ୍ୟବସାୟୀକୁ ଗିରଫ କରିଛି। ତାଠାରୁ ୧୩ଗ୍ରାମ ବ୍ରାଉନ୍‌ସୁଗାର ଓ ଗୋଟିଏ କାର୍‌ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲା ଲକ୍ଷ୍ମୀସାଗର ଅଞ୍ଚଳର ଚନ୍ଦନ କୁମାର ବେହେରା(୨୭)। ଚନ୍ଦନ ଆଜି ଏକ କାର୍‌ରେ ଜଗନ୍ନାଥନଗର ଅଞ୍ଚଳକୁ ବ୍ରାଉନ୍‌ସୁଗାର ବିକ୍ରି ପାଇଁ ଆସିଥିବା ବେଳେ ପୁଲିସ ତାକୁ ଧରିଥିଲା।

ସମ୍ବନ୍ଧିତ ଖବର