ବ୍ରାଉନ୍‌ସୁଗାର ବେପାରୀ ଗିରଫ

ଭୁବନେଶ୍ୱର/କଟକ: ଫ୍ଲାଇଂ ସ୍କ୍ଵାଡ୍‌ ପକ୍ଷରୁ ଆଜି ଆଜି କଟକ-ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଜୋରଦାର ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ମୋଟ ୧୬ ଲକ୍ଷ ୭୨ ହଜାର ଟଙ୍କାର ଅବକାରୀ ସାମଗ୍ରୀ ଜବତ କରିଛି। ରାଜ୍ୟ ଫ୍ଲାଇଂ ସ୍କ୍ଵାଡ୍‌ ଆଜି କଲେଜ ଛକ ଅଞ୍ଚଳରେ ଚଢ଼ଉ କରିଥିଲା। ଖୋର୍ଧା ନବୀନବାଗର ପ୍ରକାଶ କୁମାର ବାରିକ ନିକଟରୁ ମୋଟ ୧୩୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ ହୋଇଥିଲା। ଜବତ ବ୍ରାଉନ୍‌ସୁଗାର ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ପ୍ରକାଶ ନିୟମିତ ଭାବେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଖୋର୍ଧା ବ୍ରାଉନ୍‌ସୁଗାର ଚାଲାଣ କରେ। ସେହିପରି ସ୍କ୍ଵାଡ୍‌ର ଆଉ ଏକ ଟିମ୍‌ ଭୁବନେଶ୍ୱର ଅବକାରୀ ବିଭାଗର ସହଯୋଗରେ ସାଲିଆ ସାହି ଅଞ୍ଚଳରେ ଚଢ଼ଉ କରିଥିଲା। ସେଠୁ ମୋଟ ୩ ଲକ୍ଷ ୭୨ ହଜାର ଟଙ୍କାର ମଦ ଜବତ କରାଯାଇଛି।

ସମ୍ବନ୍ଧିତ ଖବର