ବ୍ରାଉନ୍‌ ସୁଗାର ଜବତ: ମହିଳାଙ୍କ ସମେତ ୨ ଗିରଫ

ଭୁବନେଶ୍ବର: ମଙ୍ଗଳବାର ରାତିରେ ସହିଦ ନଗର ଥାନା ପୁଲିସ ଓ କ୍ୟୁଏଟି ଭବାନୀ ମଲ ନିକଟରେ ଚଢ଼ଉ କରି ୧୮ ଗ୍ରାମ୍‌ ବ୍ରାଉନ୍‌ ସୁଗାର ସହ ନଗଦ ୬୦ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ଏଥିରେ ହଳଦୀପଡ଼ିଆ ବସ୍ତିର ଜଣେ ମହିଳା ବବିତା ବେହେରା ଓ ରସୁଲଗଡ଼ ଜିଜିପି କଲେନିର ବବ୍‌ଲୁ ମିଶ୍ରଙ୍କ ଗିରଫ କରାଯାଇଛି। ଏସ୍‌ଆଇ ଜେ କେ ବେହେରାଙ୍କ ଅଭିଯୋଗକ୍ରମେ ସହିଦ ନଗର ଥାନାରେ ଏକ ମାମଲା ରୁଜୁ ହେବା ସହ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ବବିତା ହଳଦୀପଡ଼ିଆ ବ୍ରାଉନ୍‌ ସୁଗାର ବିକ୍ରି କରୁଥିବା ବେଳେ ବବ୍‌ଲୁ ତାଙ୍କୁ ସହଯୋଗ କରୁଥିଲା। ବବ୍‌ଲୁ କଲେଜ ଛାତ୍ରଙ୍କୁ ଟାର୍ଗେଟ କରୁଥିଲା। ଆବଶ୍ୟକ ପରିମାଣର ସାମଗ୍ରୀ ନେଇ ଗ୍ରାହକଙ୍କ ପାଖରେ ପହଞ୍ଚାଉଥିଲା। ହୋମ୍‌ ଡେଲିଭରି ପାଇଁ ଅଧିକ କିଛି ଟଙ୍କା ଚାର୍ଜ ବି କରୁଥିଲା ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର