୧୮ଗ୍ରାମ ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଭୁବନେଶ୍ବର: କ୍ୟୁଏଟି ଓ ମଞ୍ଚେଶ୍ବର ଥାନା ପୁଲିସ ମିଳିତ ଚଢ଼ଉ କରି ୩ଜଣ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛନ୍ତି। ପୁଲିସ ସେମାନଙ୍କଠାରୁ ୧୮ଗ୍ରାମ ବ୍ରାଉନ୍‌ସୁଗାର, ସ୍କୁଟି, ୩ଟି ମୋବାଇଲ୍‌ ଏବଂ ୧୮ଶହ ଟଙ୍କା ଜବତ କରିଛି। ସେମାନେ ହେଲେ ନୂଆପଲ୍ଲୀ ଜୟଦୁର୍ଗା ବସ୍ତିର ଗୁଣନିଧି ବାରିକ, ମଞ୍ଚେଶ୍ବର ପାଟଦେଈ ବସ୍ତିର ଟାଇଦୁର ଜ୍ଞାନ ଏବଂ ଭାଗବତୀ ବସ୍ତିର ପରେଶ କୁମାର ସେଠୀ। ପୁଲିସ ସୂଚନା ମୁତାବକ, ଦୀର୍ଘଦିନ ହେବ ଅଭିଯୁକ୍ତମାନେ ବ୍ରାଉନ୍‌ସୁଗାର କାରବାର କରୁଥିବା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ଶୁକ୍ରବାର ସନ୍ଧ୍ୟାରେ ଅଭିଯୁକ୍ତମାନେ ଚକେଇସିଆଣି କେନାଲ୍‌ ରୋଡ୍‌ ସ୍ଥିତ ପାଟଦେଈ ବସ୍ତିରେ ଗ୍ରାହକଙ୍କୁ ବ୍ରାଉନ୍‌ସୁଗାର ଦେବା ପାଇଁ ଡାକିଥିବା କ୍ୟୁଏଟି ଜାଣିବାକୁ ପାଇ ମଞ୍ଚେଶ୍ବର ଥାନାକୁ ଜଣାଇଥିଲା। ଏହାପରେ ଉଭୟ ଟିମ୍‌ ସେଠାରେ ଚଢ଼ଉ କରିଥିଲେ। ପୁଲିସକୁ ଦେଖି ଅଭିଯୁକ୍ତମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ମାତ୍ର ପୁଲିସ ସେମାନଙ୍କୁ କାବୁ କରିଥିଲା।

ସମ୍ବନ୍ଧିତ ଖବର