ବାଲେଶ୍ବରର ସହଦେବଖୁଣ୍ଟା ଅଞ୍ଚଳରୁ ୧କେଜି ୩୬୦ଗ୍ରାମର ବ୍ରାଉନ ସୁଗାର ଜବତ, ୨ଗିରଫ

ବାଲେଶ୍ବର: ବାଲେଶ୍ବରର ସହଦେବଖୁଣ୍ଟା ଅଞ୍ଚଳରୁ ୧କେଜି ୩୬୦ଗ୍ରାମର ବ୍ରାଉନ ସୁଗାର ଜବତ। ଗୁଇନ୍ଦା ସୂଚନା ପାଇ ଭୁବନେଶ୍ବର ଏସଟିଏଫ୍ ଟିମ୍ ବାଲେଶ୍ବରର ସହଦେବଖୁଣ୍ଟା ଅଞ୍ଚଳରେ ଚଢ଼ାଉ କରିିିଥିଲା। ଚଢ଼ାଉ ପରେ ୨ଜଣଙ୍କୁ ଗିରଫ କରିବା ସହ ୧କେଜି ୩୬୦ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି। ଏହା ସହ ଅଭିଯୁକ୍ତଙ୍କଠାରୁ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି।

ଗିରଫ ପରେ ଅଭିଯୁକ୍ତମାନଙ୍କ ବିରୋଧରେ ଏପଡିପିଏସ ଅଧିନିୟମ ଅନୁଯାୟୀ ଏତଲା ରୁଜୁ କରିଛି ଏସଟିଏଫ। ଗିରଫ ହୋଇଥିବା ୨ଅଭିଯୁକ୍ତ ଅନ୍ୟ ଅପରାଧିକ କାର୍ଯ୍ୟରେ ମଧ୍ୟ ଲିପ୍ତ ଥିବା ଜଣାପଡ଼ିଥିବା ବେଳେ ଏସଟିଏଫ ତଦନ୍ତ ଜୋରଦାର କରିଛି।

୨୦୨୦ପରଠାରୁ, ନାର୍କୋଟିକ୍ ଡ୍ରଗ୍ ବିରୋଧରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରି ଏସଟିଏଫ ୩୦କିଲୋଗ୍ରାମରୁ ଅଧିକ ବ୍ରାଉନ୍ ସୁଗାର ଏବଂ ୬୪ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ କରିଛି। ଏହା ସହ ୧୦୦ରୁ ଅଧିକ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ।

ଏହା ପୂର୍ବରୁ ଏପ୍ରିଲ ୨୪ରେ  ଭୁବନେଶ୍ବର ଏସଟିଏଫ୍ ଟିମ୍ ଦ୍ୱାରା ଚଢାଉ କରାଯାଇ ୧ କିଲୋଗ୍ରାମ ୫୦ ଗ୍ରାମ ବ୍ରାଉନ୍ ସୁଗାର, ଗୋଟିଏ ପ୍ୟାକିଂ ମେସିନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା। ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ ବି କରାଯାଇଥିଲା।

ସମ୍ବନ୍ଧିତ ଖବର