ଭୁବନେଶ୍ବର : ନୂଆପଲ୍ଲୀ ଥାନା ପୁଲିସ ସାଲିଆ ସାହି ଜଗାବଳିଆ କ୍ଲବ ନିକଟରେ ଚଢ଼ଉ କରି ୨ଜଣ ବ୍ରାଉନ୍ସୁଗାର ବେପାରୀଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୨୧ଗ୍ରାମ ବ୍ରାଉନ୍ସୁଗାର ଜବତ କରିଛି। ସେମାନେ ହେଲେ, ମେଫେୟାର ବସ୍ତିର ମାଗୁଣି ବେହେରା(୩୦) ଓ ଖୋର୍ଦ୍ଧାର ସନ୍ଦୀପ ସେଠୀ(୪୩)। ଦୀର୍ଘ ଦିନ ହେବ ମାଗୁଣି ଓ ସନ୍ଦୀପ ସ୍ଥାନୀୟ ଅଞ୍ଚଳରେ ବ୍ରାଉନ୍ସୁଗାର କାରବାର କରୁଥିଲେ। ଜଳେଶ୍ବରରୁ ବ୍ରାଉନ୍ସୁଗାର ଆଣି ରାଜଧାନୀର ବିଭିନ୍ନ ସ୍ଥାନରେ ବେପାର କରୁଥିଲେ। ବୁଧବାର ରାତିରେ ଜଣେ ଗ୍ରାହକକୁ ବ୍ରାଉନ୍ ସୁଗାର ଦେବା ପାଇଁ ସ୍ଥାନୀୟ ଅଞ୍ଚଳର ଜଗାବଳିଆ କ୍ଲବ ନିକଟକୁ ଡାକିଥିବା ନୂଆପଲ୍ଲୀ ଥାନା ପୁଲିସ ଖବର ପାଇଥିଲା। ପୁଲିସର ଏକ ଟିମ୍ ସେଠାରେ ପହଞ୍ଚି ଚଢ଼ଉ କରିଥିଲା। ପୁଲିସକୁ ଦେଖି ଉଭୟ ଫେରାର୍ ଉଦ୍ୟମ କରିଥିଲେ ସୁଦ୍ଧା ପୁଲିସ ଜାଲରୁ ଖସି ପାରି ନ ଥିଲେ।
ନୂଆପଲ୍ଲୀ : ୨୧ଗ୍ରାମ ବ୍ରାଉନ୍ସୁଗାର ଜବତ, ୨ ଗିରଫ
/sambad/media/post_attachments/wp-content/uploads/2019/09/arrest-aajtak.jpg)