ବରମୁଣ୍ଡା ଅଞ୍ଚଳରୁ ୨୨ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

ଖଣ୍ଡଗିରି : ଗୁରୁବାର ପୂର୍ବାହ୍ନରେ ବରମୁଣ୍ଡା ଅଞ୍ଚଳରେ ବ୍ରାଉନ୍‌ସୁଗାର ବେପାର କରୁଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ‌ଖୋର୍ଧା ସାମନ୍ତରାପୁର ବୁଢ଼ୀବଗିଚା ଅଞ୍ଚଳର ପ୍ରସନ୍ନ କୁମାର ସାହୁ ଓରଫ୍ ପ୍ରଶାନ୍ତ (୨୪) ଓ ସ୍ଥାନୀୟ ଶିରିପୁର କନ୍ଧସାହିର ଶତୃଘ୍ନ ପ୍ରଧାନ ଓରଫ୍‌ ଶତୁରା(୨୯)। ପୁଲିସ ସେମାନଙ୍କଠାରୁ ୨୨ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଛି। ପୁଲିସ ସୂଚନାନୁସାରେ ପ୍ରସନ୍ନ ଏହି ନିଶା ଦ୍ରବ୍ୟ ଧରି ଖୋର୍ଧାରୁ ଭୁବନେଶ୍ବର ଆସେ ଓ ଶତୁରା ସହ ମିଶି ବରମୁଣ୍ଡା, ଶିରିପୁର, ଗଙ୍ଗନଗର, ଗଣ୍ଡମୁଣ୍ଡା ଆଦି ଅଞ୍ଚଳରେ କାରବାର କରେ। ବିଶେଷକରି ଜଗମୋହନନଗର, ପଞ୍ଚସଖାନଗର, ସୌଭାଗ୍ୟନଗର, ମଲ୍ଲିକ କମ୍ପ୍ଲେକ୍ସ ଓ କ୍ରିଷ୍ଣା ଗାର୍ଡେନ୍‌ ଆଦି ଅଞ୍ଚଳରେ ଥିବା ଇଂଜିନିୟରିଂ କଲେଜ ପିଲାଙ୍କ ମେସ୍‌କୁ ଟାର୍ଗେଟ୍‌ କରି ଅଭିଯୁକ୍ତଦ୍ବୟ ଏହି ବେପାର ଚଳାଇ ଆସୁଥିଲେ। ଖୋର୍ଧାର ପ୍ରସନ୍ନ କେବଳ ଜଣେ ମାଲ୍ ଚାଲାଣକାରୀ ବା ବ୍ରାଉନ୍‌ସୁଗାର କୁଚିଆ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର