ଖଣ୍ଡଗିରି : ବୁଧବାର କ୍ୟୁଏଟି ଓ ତମାଣ୍ଡୋ ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରି କଳିଙ୍ଗବିହାର ଅଞ୍ଚଳରୁ ୩ ବ୍ରାଉନ୍ ସୁଗାର ବେପାରୀଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ, ଖୋର୍ଧା କୁମାରବସ୍ତ ଅଞ୍ଚଳର ସୁଜିତ୍ ବଡ଼ଜେନା ଓରଫ୍ ପପି(୨୯), ଗୁରୁଜଙ୍ଗ ଟାଙ୍ଗୀସାହିର କପିଳ ସୁନ୍ଦରରାୟ(୩୨) ଓ ଖଣ୍ଡଗିରି ଅଞ୍ଚଳର ଶିବସୁନ୍ଦର ନାୟକ(୨୬)। ସେମାନଙ୍କଠାରୁ ୩୦ ଗ୍ରାମ୍‌ ବ୍ରାଉନ୍ ସୁଗାର, ୨ଟି ବାଇକ୍‌, ୩ଟି ମୋବାଇଲ ଓ ୧୫ ଶହ ଟଙ୍କା ଜବତ କରାଯାଇଛି। ଜବତ ଧଳା ଜହରର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ପୁଲିସ ସୂଚନାନୁସାରେ, କିଛି ଦିନ ହେଲା ଅଭିଯୁକ୍ତମାନେ କଳିଙ୍ଗବିହାର ଅଞ୍ଚଳରେ ଏହି କାରବାର କରୁଥିଲେ। ସେମାନଙ୍କୁ କ୍ୟୁଏଟି ପିଛା କରୁଥିଲା।