ଭୁବନେଶ୍ବର : କମିସନରେଟ ପୁଲିସର କ୍ୟୁଏଟି ଓ ଦୁଇଟି ଭିନ୍ନ ଭିନ୍ନ ଥାନା ପୁଲିସ ମିଳିତ ଭାବେ ରାଜଧାନୀରେ ଚାଲୁଥିବା ଏକ ବ୍ରାଉନ ସୁଗାର ରୢାକେଟର ପର୍ଦାଫାସ କରିଛନ୍ତି। ଏହି ରୢାକେଟ୍ରେ ସଂପୃକ୍ତ ଥିବା ଜଣେ ଯୁବତୀଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ଲକ୍ଷ୍ମୀସାଗର ଥାନା ଅଧୀନ ହଳଦୀପଡ଼ିଆ ବସ୍ତିର ଶଙ୍କର ଦାସ, ମୁନୁ ଓରଫ ବିୟୁଟି ପୋଦାର, ଲକ୍ଷ୍ମୀସାଗର ଷ୍ଟେଜ-୨ ବ୍ରିଟ କଲୋନିର ସାହିଲ ଓରଫ ଲୋକମାନ ପରଭେଜ ଓ ଭରତପୁର ବସ୍ତିର ରିଙ୍କୁ ଓରଫ ପିଣ୍ଟୁ ବିନ୍ଧାଣି। ଏମାନଙ୍କ ନିକଟରୁ ୫୦ ଗ୍ରାମର ବ୍ରାଉନସୁଗାର, ଦୁଇଟି ସ୍କୁଟି, ଗୋଟିଏ ପଲସର ଓ ୪ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
/sambad/media/post_attachments/wp-content/uploads/2020/01/brownsugar-2-300x133.jpg)
ସୂଚନା ମୁତାବକ, ସାହିଲ, ବିୟୁଟି ଓ ଶଙ୍କର ଲକ୍ଷ୍ମୀସାଗର ଥାନା ଅଧୀନ ହଳଦୀପଡ଼ିଆ ଇଲେକ୍ଟ୍ରି ଅଫିସ ନିକଟରେ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ କ୍ୟୁଏଟି କାବୁ କରି ନେଇଥିଲା। ସେମାନଙ୍କ ନିକଟରୁ ୪୪ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଥିଲା। ଜଣେ ବଙ୍ଗୀୟ ଯୁବତୀ ବ୍ରାଉନସୁଗାର କାରବାରରେ ସଂପୃକ୍ତ ହେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚା ଆରମ୍ଭ ହୋଇଛି। ତେବେ ବିୟୁଟି ଦୀର୍ଘ ଦିନ ଧରି ସେହି ଅଞ୍ଚଳରେ ବ୍ରାଉନସୁଗାର କାରବାର କରି ଆସୁଥିବା ସ୍ଥାନୀୟ ଲୋକ କହିଛନ୍ତି। ସେହିପରି ରିଙ୍କୁ ଜୟଦେବ ବାଟିକା ନିକଟରେ ବ୍ରାଉନ ସୁଗାର ବିକ୍ରି କରିବାକୁ ଆସିଥିବାବେଳେ ଖଣ୍ଡଗିରି ଥାନା ପୁଲିସ ତାଙ୍କୁ ଗିରଫ କରିଥିଲା। ତା ନିକଟରୁ ମାତ୍ର ୬ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇ ପାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/brownsugar.jpg)