୯ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୪ ଗିରଫ

ଭୁବନେଶ୍ୱର : ଆଜି ଅପରାହ୍‌ଣରେ ଜଟଣୀ ଓ ନୂଆପଲ୍ଲୀ ଥାନା ଅଂଚଳରେ କମିସନରେଟ ପୁଲିସର ଡ୍ରଗ ଟାସ୍କ ଫୋର୍ସ ଚଢ଼ଉ କରି ୮୭ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏଥିରେ ସମ୍ପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୩ଟି ବାଇକ୍‌, ୧୦୫୦ ଟଙ୍କା ଓ ୩ଟି ମୋବାଇଲ ଫୋନ ଜବତ କରାଯାଇଛି। ଜବତ ନିଶାଦ୍ରବ୍ୟ ମୂଲ୍ୟ ୯ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ଜଟଣୀ ଅଂଚଳରେ ହୋଇଥିବା ଚଢ଼ଉରେ ଖୋର୍ଧା ଜରିପୁଟର ଦିଲୀପ ହରିଚନ୍ଦନ ଓ ଦେଉଳ ଟାଙ୍ଗିର ମହମ୍ମଦ ସକାବତ ଗିରଫ ହୋଇଛନ୍ତି। ଉଭୟ ଖୁଦୁପୁର ଆଇଆଇଟି ଛକରେ ଛିଡା ହୋଇ ଗ୍ରାହକଙ୍କୁ ଅପେକ୍ଷା କରିଥିଲେ। ତାଙ୍କ ଠାରୁ ୩୫ଗ୍ରାମ ବ୍ରାଉନସୁଗାର, ୨ ବାଇକ, ୩୦୦ଟଙ୍କା ଗୋଟିଏ ମୋବାଇଲ ଜବତ ହୋଇଛି।

ସେହିଭଳି ନୂଆପଲ୍ଲୀ ଅଂଚଳରେ ହୋଇଥିବା ଚଢ଼ଉରେ କେନ୍ଦ୍ରାପଡା ଷଣ୍ଡପଡାର ସୁକାନ୍ତ ବେହେରା ଓ ବାଲେଶ୍ୱର ଅରଡ଼ବଜାରର ସନା ମଲିକ ଗିରଫ ହୋଇଛନ୍ତି। ଉଭୟ ସହିଦ ଲକ୍ଷ୍ମଣ ନାୟକ ବେହେରା ବସ୍ତିରେ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ଧରା ପଡ଼ିଥିଲେ। ତାଙ୍କ ଠାରୁ ୫୨ ଗ୍ରାମ ବ୍ରାଉନସୁଗାର, ଗୋଟିଏ ବାଇକ୍‌, ଦୁଇଟି ମୋବାଇଲ ଫୋନ ଓ ୭୫୦ଟଙ୍କା ଜବତ କରା ଯାଇଛି।

୧୫ ଗ୍ରାମ୍ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ
ଖଣ୍ଡଗିରି : ଡୁମୁଡୁମା, ଯଦୁପୁର ଓ ରଘୁନାଥନଗର ଅଞ୍ଚଳରେ ବ୍ରାଉନ୍‌ସୁଗାର କାରବାର କରୁଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଯଦୁପୁର ଅଞ୍ଚଳର ସେକ୍ ନାସିର୍ ଅହମ୍ମଦ(୨୩)କୁ ଗିରଫ କରିଛି। ପୁଲିସ ତା’ ଠାରୁ ୧୫ ଗ୍ରାମ୍ ବ୍ରାଉନ୍‌ସୁଗାର (ଆନୁମାନିକ ବଜାର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା) ଜବତ କରିଛି। ପୁଲିସ ସୂଚନାନୁସାରେ ନାସିର୍ ଏହି ନିଶାଦ୍ରବ୍ୟ କାରବାର କରୁଥିବା ଖବର ମିଳିବା ପରେ ତାକୁ ପିଛା କରାଯାଉଥିଲା। ଗତକାଲି ସେ ସ୍ଥାନୀୟ ଏକ କଲ୍ୟାଣମଣ୍ଡପ ନିକଟରେ ନିଜ ସ୍କୁଟିରେ ମାଲ୍ ରଖି ବେପାର କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିଲା। ବୁଧବାର ତାକୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ୍‌ ନାମଞ୍ଜୁର ହେବାରୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର