ଭୁବନେଶ୍ୱର : ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ଚଢ଼ଉ କରି କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍ ୧୨.୩୩ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି। ସେ ହେଉଛି ଖୋର୍ଦ୍ଧା ଟାଉନ ଥାନା ଗୁରୁଜଙ୍ଗ ଟାଙ୍ଗିସାହିର ରାଜକିଶୋର ସୁନ୍ଦରାୟ। ଜବତ ନିଶାଦ୍ରବ୍ୟର ବଜାର ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ। ଅଭିଯୁକ୍ତକୁ ଖୋର୍ଦ୍ଧା ଟାଉନ ଥାନାକୁ ହସ୍ତାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ଗତ ଦୁଇମାସ ମଧ୍ୟରେ ଏସ୍ଟିଏଫ୍ ପୁରୀ, ବାଲେଶ୍ବର, ଅନୁଗୁଳ, ଖୋର୍ଦ୍ଧା, ପିପିଲି, ଢେଙ୍କାନାଳ, ଭୁବନେଶ୍ବର ଓ ଭଦ୍ରକ ଅଞ୍ଚଳରେ ଚଢ଼ଉ କରି ୨୨ ନିଶା ବେପାରୀଙ୍କୁ ଗିରଫ କରିବା ସହ ୮୭୪.୩ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରିଛି। ତା’ ସହିତ ୩୨୬.୪୫ ଗ୍ରାମ୍ ଅଫିମ, ୧୩ ଲକ୍ଷ ୨୧ ହଜାର ଟଙ୍କା, ଏକ କାର, ୮ଟି ମୋଟର ସାଇକେଲ ଜବତ କରିଛି।
ଯାତ୍ରୀଙ୍କୁ ଲୁଟ୍, ୨ ଗିରଫ
ଭୁବନେଶ୍ୱର : ରେଳ ଯାତ୍ରୀଙ୍କୁ ଷ୍ଟେସନରେ ମାଡ଼ ମାରି ଲୁଟ୍ ଅଭିଯୋଗରେ ଜିଆର୍ପି ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଉଛନ୍ତି ଆନ୍ଧ୍ରପ୍ରଦେଶର ୱାଇ. ସିନୁ ଓ ଜି. ମହେଶ। ରବିବାର ରାତିରେ ଚିତ୍ତରଞ୍ଜନ ମହାକୁଡ଼ ନାମକ ଯାତ୍ରୀ ପ୍ଲାଟ୍ଫର୍ମରେ ଟ୍ରେନ୍କୁ ଅପେକ୍ଷା କରିଥିବା ବେଳେ ଦୁଇ ଅଭିଯୁକ୍ତ ତାଙ୍କୁ ମାଡ଼ ମାରି ଟଙ୍କା ଲୁଟିନେବାକୁ ଉଦ୍ୟମ କରୁଥିଲେ। ସେ ହଲ୍ଲା ପକାଇବାରୁ ନିକଟରେ କାର୍ଯ୍ୟରତ ରେଳବାଇ ପୁଲିସ ଉଭୟଙ୍କୁ କାବୁ କରିଥିଲା।