ଭୁବନେଶ୍ୱର : ନିଶା ବେପାରୀଙ୍କ ଭୂସ୍ବର୍ଗ ପାଲଟିଛି ମନ୍ଦିର। ରାଜଧାନୀରେ ଥିବା ଛୋଟ ଛୋଟ ମନ୍ଦିର ପରିସରରେ ବ୍ରାଉନସୁଗାର ସହ ଗଞ୍ଜେଇ ବେପାରୀ ଆଡ୍ଡା ଜମାଇଛନ୍ତି। ନିକଟ ଅତୀତରେ ସତ୍ୟନଗର ଓଭରବ୍ରିଜ୍ କଡ଼ରେ ଥିବା ଏକ ମନ୍ଦିରରେ ନିଶା ବେପାର ଚାଲିଥିବା ବେଳେ ପୁଲିସ ଚଢ଼ଉ କରି ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଉଠାଇ ନେଇଥିଲା। ଗତ ରାତିରେ ସହିଦନଗର ଥାନା ପୁଲିସ ନୀଳାଚଳ ହସ୍ପିଟାଲ କଡ଼ରେ ଥିବା ସାଇ ମନ୍ଦିର ପରିସରରେ ବ୍ରାଉନସୁଗାର ବିକ୍ରି କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି। ସେ ହେଉଛି ମାଛଗାଁ’ର ଆଲୋକ ପରିଡ଼ା। ତା’ ଠାରୁ ୨୩.୫୪୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି। ଏହାର ବଜାର ମୂଲ୍ୟ ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ପୁଲିସ କହିଛି। ସେ ମସ୍ଜିଦ କଲୋନି ବସ୍ତିରେ ରହୁଥିଲା। ଏଭଳି କାରବାର ଚାଲିଥିବା ଜଣାପଡ଼ିବା ପରେ ପୁଲିସ ବିଭିନ୍ନ ମନ୍ଦିରର ତାଲିକା କରିଛି। ଆଗକୁ ସେହି ସବୁ ମନ୍ଦିରରେ ଚଢ଼ଉ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଭୁବନେଶ୍ୱର : ବ୍ରାଉନସୁଗାର ଜବତ, ଯୁବକ ଗିରଫ
/sambad/media/post_attachments/wp-content/uploads/2019/12/arrest-aajtak-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)