ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍‌ ଥାନା ପୁଲିସ ଆଜି ୧୨ ଗ୍ରାମ ବ୍ରାଉନ୍‌ ସୁଗାର ସମେତ ୩ଟି ପୁରୁଣା ମୁଦ୍ରା ଜବତ କରିଛି। ଟାଉନ ଥାନା ଅନ୍ତର୍ଗତ ଠାକୁରାଣୀବେଡ଼ା ଅଞ୍ଚଳର ବ୍ରାଉନ ସୁଗାର ବ୍ୟବସାୟୀ ଏମ୍‌.ଡି ଦିଲଦାରକୁ ପୁଲିସ ଗିରଫ କରିଛି।

Advertisment

ରାଇରଙ୍ଗପୁର ଏସ୍‌ଡିପିଓ ସ୍ନେହାଶିଷ ସାହୁ କହିଛନ୍ତି, ଟାଉନ୍‌ ଥାନା ପୁଲିସ ଆଜି ୧୨ ଗ୍ରାମ ବ୍ରାଉନ୍‌ ସୁଗାର ଜବତ କରିଛି। ଏହାର ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ ୨୦ ହଜାର ଟଙ୍କା ହେବ। ଏଥି ସହ ପୁଲିସ ନଗଦ ୨୦୬୯ ଟଙ୍କା ବିଭିନ୍ନ ବ୍ୟାଙ୍କର ୬ଟି ଏଟିଏମ୍‌ କାର୍ଡ, ଗୋଟିଏ ମୋବାଇଲ ଓ ମୋବାଇଲ୍‌ ସିମ୍‌ ଜବତ କରିଛି ବୋଲି ସେ କହିଛନ୍ତି। ଏତଦ୍‌ ବ୍ୟତୀତ ପୁଲିସକୁ ଅଭିଯୁକ୍ତଙ୍କ ଠାରୁ ପୁରୁଣା ମୁଦ୍ରା ଓ ନକଲି ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ହସ୍ତଗତ ହୋଇଛି।

publive-image

ତେବେ ରାଇରଙ୍ଗପୁରରେ ବ୍ରାଉନ୍‌ ସୁଗାର କାରବାର ଯଦିଓ ନୂଆ ଘଟଣା ନୁହେଁ, ତଥାପି ବହୁ ଦିନର ବ୍ୟବଧାନ ପରେ ଧଳା ଜହର ବ୍ୟବସାୟ ସଂପର୍କରେ ପୁଲିସକୁ ସୂଚନା ମିଳିଥିଲା। ପୁଲିସକୁ ଏହି ବ୍ୟବସାୟ ସଂପର୍କରେ ସୂଚନା ମିଳିବା ପରେ ଟାଉନ୍‌ ଥାନା ଆଇଆଇସି ରେଣୁବାଳା ସାହୁ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଭାବେ ଯୋଜନା କରିଥିଲେ। ଏହା ପରେ ସେ ଅତର୍କିତ ଭାବେ ପୁଲିସ ଟିମ୍‌ ନେଇ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଏମ୍‌. ଡି ଦିଲଦାରଙ୍କ ନିକଟରୁ ୧୨ ଗ୍ରାମ୍‌ ବ୍ରାଉନ୍‌ ସୁଗାର ସମେତ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ବେପାରୀମାନେ ବାଲେଶ୍ୱରରୁ ବ୍ରାଉନ ସୁଗାର ଆଣୁଥାଇ ପାରନ୍ତି।