୨୬ ଲକ୍ଷ ଟଙ୍କାର ଗ୍ରାମର ବ୍ରାଉନ୍‌ ସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର: ପୁଣି ବ୍ରାଉନ୍‌ ସୁଗାର ଜବତ ହୋଇଛି। ଏଥର ୨୬୨ ଗ୍ରାମ୍‌, ଯାହାର ମୂଲ୍ୟ ୨୬ ଲକ୍ଷ ୨୦ ହଜାର ଟଙ୍କା। ଏସ୍‌ଟିଏଫ ବ୍ରାଉନ୍‌ ସୁଗାର ଜବତ କରିବା ସହିତ ୨ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଏସ୍‌ କେ ତଲିମ୍‌ ଓ ଏସ୍‌କେ ଆସିଫ୍‌।

ସୂଚନା ଅନୁସାରେ ବେଆଇନ୍‌ ଭାବେ ବ୍ରାଉନ୍‌ ସୁଗାର ଜବତ ହେବା ନେଇ ଏସ୍‌ଟିଏଫକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏସ୍‌ଟିଏଫ ଯୋଜନା ଅନୁସାରେ ୧୬ ନମ୍ବର ଜାତୀୟ ରାଜପଥର ତାପଙ୍ଗ କ୍ରସିଂ ନିକଟରେ ପହଂଚିଥିଲା। ଘଟଣାସ୍ଥଳରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ରାଉତପଡ଼ା ଗାଁର ଏସ୍‌କେ ତଲିମ ଓ ଏସ୍‌କେ ଆସିଫଙ୍କ ଠାରୁ ୨୬୨ ଗ୍ରାମ୍‌ର ବ୍ରାଉନ୍‌ ସୁଗାର ଜବତ କରିଥିଲା। ଏସ୍‌ଟିଏଫ ସେମାନଙ୍କରଠାରୁ ଏକ ବାଇକ୍‌ ମଧ୍ୟ ଜବତ କରିଛି। ଏନେଇ ଏକ ମାମଲା ରୁଜୁ ହେବା ସହିତ ଘଟଣାର ତଦନ୍ତ ଜାରି ରହିଛି।

ବ୍ରାଉନସୁଗାର କାରବାର ପଛରେ ରାଜଧାନୀରେ ମଧ୍ୟ ଏକ ର‍୍ୟାକେଟ୍‌ କାମ କରୁଛି। ମୋଟା ଅଙ୍କର ବଟି ମଧ୍ୟ ଯାଉଛି ଅବକାରୀ ବିଭାଗଠାରୁ ଆରମ୍ଭ କରି ସ୍ଥାନୀୟ ପୁଲିସ, ନାର୍କୋଟିକ୍ସ ଅଧିକାରୀ, କଷ୍ଟମ ଅଧିକାରୀ ନିକଟକୁ। ବଡ଼କଥା ହେଉଛି ବ୍ରାଉନସୁଗାର କାରବାର କରୁଥିବା ବ୍ୟବସାୟୀମାନଙ୍କୁ ଗିରଫ କରିବାକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ରାଜ୍ୟ ଅବକାରୀ ବିଭାଗ, କେନ୍ଦ୍ରୀୟ କଷ୍ଟମ ବିଭାଗ, କେନ୍ଦ୍ରୀୟ ଅବକାରୀ, କୋଷ୍ଟଗାର୍ଡ, ଡାଇରେକ୍ଟୋରେଟ୍‌ ରେଭେନ୍ୟୁ ଇଣ୍ଟେଲିଜେ୍‌ନ୍ସ ଭଳି ପ୍ରମୁଖ ଏକାଧିକ ତଦନ୍ତକାରୀ ସଂସ୍ଥା ରହିଛି।

ସମ୍ବନ୍ଧିତ ଖବର