ଜଗତସିଂହପୁର ସଦର: ଜିଲ୍ଲା ଅବକାରୀ ସ୍କ୍ୱାର୍ଡ ପକ୍ଷରୁ ଜାହାନପୁର ଗ୍ରାମରେ ଚଢ଼ଉ କରାଯାଇ ୧୬ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି। ଏଥି ସହିତ ଅବକାରୀ ବିଭାଗ ଅଭିଯୁକ୍ତକୁ ଗରିଫ କରି କୋର୍ଟ ଚାଲାଣ କରିଛି। ବ୍ରାଉନ୍ସୁଗାର ବେପାରୀ ହେଲା ପ୍ରଶାନ୍ତ କୁମାର ସ୍ବାଇଁ।
ଜିଲ୍ଲା ଅବକାରୀ ଇନ୍ସପେକ୍ଟର ପ୍ରଭାସ ଚୌଧୁରୀଙ୍କ ସୂଚନା ଅନୁସାରେ ଜଗତସିଂହପୁର ଥାନା ଅନ୍ତର୍ଗତ ଯାହାନପୁର ଗ୍ରାମରେ ବ୍ୟାପକ ବ୍ରାଉନସୁଗାର କାରବାର ଚାଲିଥିବା ନେଇ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଅବକାରୀ ବିଭାଗ ପକ୍ଷରୁ ଯୋଜନା ଅନୁସାରେ ଅତର୍କିତ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ପ୍ରଶାନ୍ତ କୁମାର ସ୍ବାଇଁଙ୍କ ଠାରୁ ବ୍ରାଉନ୍ସୁଗାର ଜବତ ହୋଇଥିଲା।
୧୬ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର
ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୬ଲକ୍ଷ ଟଙ୍କା ହେବ ବୋଲି ଜିଲା ଅବକାରୀ ଇନ୍ସପେକ୍ଟର ଶ୍ରୀ ଚୌଧୁରୀ କହିଛନ୍ତି। ଏହି ଚଢଉରେ ଏସ ଆଇ ଭାଗ୍ୟଲକ୍ଷ୍ମୀ ଦଳାଇ, ଏଏସଆଇ ସନ୍ତୋଷ ନାୟକ, ଏଏସଆଇ ପିନାକିରଞ୍ଜନ ରାଉତରାୟ, ସବିତା ନାୟକ, ସୁକାନ୍ତ ମାଝି, ଓମ ପ୍ରକାଶ ବସ୍ତିଆ ପ୍ରମୁଖ ସାମିଲ ଥିଲେ।
ଆହୁରି ପଢ଼ନ୍ତୁ: Khurda Balangir Rail: ଖୋର୍ଦ୍ଧା-ବଲାଙ୍ଗୀର ଟ୍ରେନ୍ ଯାତ୍ରା ବେଳେ ପ୍ରାକୃତିକ ସୋନ୍ଦର୍ଯ୍ୟ ଉପଭୋଗ କରିବେ ଯାତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/19/brownsugar-2025-11-19-18-58-59.jpg)