ଅଳିଆ କୁଣ୍ଡ ଭିତରେ ନାବାଳିକାକୁ ଦୁଷ୍କର୍ମ କରି ପାଟି ଚୁପ୍‌ ରଖିବାକୁ ୫ ଟଙ୍କା ଦେଇଥିଲା ଅଭିଯୁକ୍ତ

ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ଜଣେ ୮ ବର୍ଷୀୟା ନାବାଳିକାକୁ ଏକ ଅଳିଆ କୁଣ୍ଡ‌ ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ନାବାଳିକାକୁ ଏ ସଂପର୍କରେ କାହାକୁ ନ କହିବାକୁ ପରାମର୍ଶ ଦେଇ ଦୁଷ୍କର୍ମକାରୀ ୫ ଟଙ୍କା ଦେଇଥିବା ସୂଚନା ରହିଛି।

ଘଟଣାଟି ଶନିବାର ଅପରାହ୍ନରେ ଭୋପାଳର ଅଯୋଧ୍ୟା ନଗରରେ ଘଟିଛି। ଅଭିଯୁକ୍ତ ଜଣକ ପୀଡ଼ିତା ନାବାଳିକାର ବାପାଙ୍କ ବୟସ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଘଟଣା ଘଟିବା ଦିନ ନାବାଳିକା ଜଣକ ନିଜ ଘର ପାଖରେ ଖେଳୁଥିଲା। ସେହି ସମୟରେ ଅଭିଯୁକ୍ତ ଜଣକ ୧୦୦ ଟଙ୍କିଆଟେ ଦେଇ କୁନି ଝିଅକୁ ନିକଟସ୍ଥ ଦୋକାନରୁ ଏକ ଟବାକୋ ଆଣିବାକୁ ପଠାଇଥିଲା। ଝିଅଟି ଟବାକୋ ଆଣି ଦେବାରୁ ଅଭିଯୁକ୍ତ ଜଣକ ତା’ ହାତରୁ ଟବାକୋ ନ ନେଇ ଅଳିଆ କୁଣ୍ଡ‌ ପାଖରେ ଛିଡ଼ା ହୋଇଥିବା ବ୍ୟକ୍ତିଙ୍କୁ ଦେଇ ଆସ ବୋଲି କହିଥିଲା।

କୁନି ଝିଅଟି ଅଳିଆ କୁଣ୍ଡ‌ ନିକଟକୁ ଯିବାବେଳେ ଅଭିଯୁକ୍ତ ତାକୁ ପଛୁଆ ଟେକି ନେଇ ସେ କୁଣ୍ଡ‌ ଭିତରେ ଦୁଷ୍କର୍ମ କରିଥିଲା। ତା’ପରେ ଅଭିଯୁକ୍ତ ବ୍ୟକ୍ତି ଜଣକ ପୀଡ଼ିତା ନାବାଳିକାକୁ ୫ ଟଙ୍କା ଦେଇ ଏ ସଂପର୍କରେ କାହାକୁ ନ କହିବାକୁ କହିଥିଲା। ମାତ୍ର ନାବାଳିକା ଜଣକ ନିଜ ଘରକୁ ଫେରି ପରିବାର ଲୋକଙ୍କୁ ସବୁ କଥା କହିବା ପରେ ଘଟଣାଟି ପଦାକୁ ଆସିଛି।

ସମ୍ବନ୍ଧିତ ଖବର