ଦିଲ୍ଲୀ ଏୟାର୍‌ପୋର୍ଟରେ ୧୫ ଲକ୍ଷ ଟଙ୍କାର ଗହଣା ଥିବା ମହିଳାଙ୍କ ପର୍ସ ଚୋରାଇ ବିଏସ୍‌ଏଫ୍‌ କର୍ମଚାରୀ ଗିରଫ

ନୂଆଦିଲ୍ଲୀ: ବୁଧବାର ଦିନ ଦିଲ୍ଲୀ ବିମାନ ବନ୍ଦରରେ ୧୫ ଲକ୍ଷ ଟଙ୍କାର ସୁନା ଓ ହୀରା ଅଳଙ୍କାର ଥିବା ଜଣେ ମହିଳାଙ୍କ ହ୍ୟାଣ୍ଡ୍‌ବ୍ୟାଗ୍‌ ଚୋରାଇ ବିଏସ୍‌ଏଫ୍‌ ର ଜଣେ ଆସିଷ୍‌ଟାଣ୍ଟ୍‌ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଗିରଫ ହୋଇଛନ୍ତି।

ବାଗଡୋଗ୍ରା ଠାରେ ନିଯୁକ୍ତି ମିଳିବା ପୂର୍ବରୁ ନରେଶ କୁମାର ନାମକ ସେ ଅଭିଯୁକ୍ତ ସହଜରେ ଟଙ୍କା ରୋଜଗାର କରିବା ନିମନ୍ତେ ସେ ଏ ଭଳି ଅପରାଧ କରିଛନ୍ତି ବୋଲି କୁହାଯାଉଛି। ଶ୍ରୀନଗର ଯିବା ପାଇଁ ନୂଆଦିଲ୍ଲୀର ଗାନ୍ଧୀ ଇଣ୍ଟର୍‌ନେସ୍‌ନାଲ୍‌ ଏୟାରପୋର୍ଟରେ ସ୍ୱାମୀଙ୍କୁ ଅପେକ୍ଷା କରିଥିବା ସେ ମହିଳା ଯାତ୍ରୀଜଣକ ଠାରୁ ନରେଶ ବ୍ୟାଗ୍‌ଟି ଚୋରାଇ ନେଇଥିଲେ।

ବାଗଡ଼ୋଗ୍ରା ଯିବା ନିମନ୍ତେ ଅଭିଯୁକ୍ତ ଏଏସ୍‌ଆଇ ମଧ୍ୟ ସେଠାରେ ବିମାନକୁ ଅପେକ୍ଷା କରିଥିଲେ।

ମହିଳାଜଣକ ପୁଲିସକୁ କହିଛନ୍ତି ଯେ ବୋର୍ଡିଙ୍ଗ୍‌ ଫର୍ମାଲିଟି ଓ ସିକ୍ୟୁରିଟି ଶେଷ ହେବା ପରେ ସେ ଗୋଟାଏ ସିଟ୍‌ରେ ବସି ଚେୟାର ତଳେ ହ୍ୟାଣ୍ଡ୍‌ବ୍ୟାଗ୍‌ଟିକୁ ରଖିଥିଲେ।

ସେଠାରେ ବ୍ୟାଗ୍‌ଟି ନ ଥିବା ଜାଣିପାରି ସେ ଥାନାରେ ଅଭିଯୋଗ କରିଥିଲେ ବୋଲି ଆଇଜିଆଇ ଏୟାର୍‌ପୋର୍ଟର ଡେପ୍ୟୁଟି କମିସନର୍‌ ସଞ୍ଜୟ ଭାଟିଆ କହିଛନ୍ତି।

ଅଭିଯୋଗ ପରେ ପୁଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଦେଖିଲା ଯେ ଏଏସ୍‌ଆଇ ନରେଶ କୁମାର ଯାତ୍ରୀଙ୍କ ସିଟ୍‌ ତଳୁ ବ୍ୟାଗ୍‌ଟିକୁ ଉଠାଇ ନେଉଛନ୍ତି। ଅଭିଯୁକ୍ତଙ୍କ ପରିଚୟ ମିଳିବା ପରେ ସେଠାରେ ତଲାସ ଅଭିଯାନ ଚାଲିଲା ଏବଂ ସେ ବାଗଡୋଗ୍ରା ବିମାନ ଆରୋହଣ କରିବାକୁ ଯାଉଥିବା ବେଳେ ଧରାପଡ଼ିଗଲେ।

ସମ୍ବନ୍ଧିତ ଖବର