ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କଲା ସିବିଆଇ

ଲାଞ୍ଚ ନେଇ ବିଏସ୍‌ଏନ୍‌ଏଲ୍‌ ଅଧିକାରୀ ଗିରଫ ହେବା ଘଟଣା

ଭୁବନେଶ୍ୱର: ବର୍ଷକ ତଳେ ଲକ୍ଷେ ଟଙ୍କା ଲାଞ୍ଚ ନେବା ଘଟଣାରେ ଗିରଫ ହୋଇଥିବା ବିଏସ୍‌ଏନ୍‌ଏଲ୍‌ର ସହକାରୀ ପରିଚାଳକ ବିଡିକା ଚନ୍ଦ୍ର ଗୁପ୍ତ ପୁଣି ଥରେ ଅଡୁଆରେ ପଡ଼ିଛନ୍ତି। ସିବିଆଇ ପକ୍ଷରୁ ତାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତିି ଠୁଳ ମାମଲା ରୁଜୁ କରାଯାଇଛି। ଖୁବ୍‌ ଶୀଘ୍ର ତାଙ୍କ ବିରୋଧରେ ଏହି ମାମଲାର ଚାର୍ଜସିଟ୍‌ ଦାଖଲ କରାଯିବ ବୋଲି ସିବିଆଇ ସୂତ୍ରରୁ ଜଣାପଡ଼ିଛି। ଗତ ବର୍ଷ ଏପ୍ରିଲ ମାସ ୪ ତାରିଖରେ ଜଣେ ଠିକାଦାରଙ୍କ ୧୦ ଲକ୍ଷ ଟଙ୍କା ବିଲ୍‌ ପାସ କରାଇଦେବାକୁ କହି ସେ ଲକ୍ଷେ ଟଙ୍କା ଲାଞ୍ଚ ମାଗୁଥିବାବେଳେ ସିବିଆଇ ତାଙ୍କୁ ଗିରଫ କରିଥିଲା। ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଡିକା ବିଏସ୍‌ଏନ୍‌ଏଲ୍‌ର ମାଇକ୍ରୋ େଓ୍ଵଭ୍‌ ପ୍ରୋଜେକ୍ଟ ସହକାରୀ ପରିଚାଳକ ଥିଲେ। ଲାଞ୍ଚ ନେଇ ଗିରଫ ହେବା ପରେ ସିବିଆଇ ତାଙ୍କ କାର୍ଯ୍ୟାଳୟ ଓ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉବେଳେ ତାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଥିବା ସିବିଆଇ ଜାଣିବାକୁ ପାଇଛି। ସିବିଆଇ ସୂଚନା ମୁତାବକ, ୨୦୦୪ ମସିହାରେ ସେ ଯେତେବେଳେ ଚାକିରି ଆରମ୍ଭ କରିଥିଲେ, ତାଙ୍କର ସ୍ଥାବର ଓ ଅବସ୍ଥାବର ସମ୍ପତ୍ତିର ମୂଲ୍ୟ ୫ ଲକ୍ଷ ୬୫ ହଜାର ୨୧୧ ଟଙ୍କା ଥିଲା। ୨୦୧୭ ମସିହାରେ ଏହା ବଢ଼ି ୨ କୋଟି ୩୪ ଲକ୍ଷ ୯୨ ହଜାର ୫୦୬ ଟଙ୍କା ହୋଇ ଯାଇଥିଲା। ଏତେ କମ୍‌ ସମୟ ମଧ୍ୟ ବିଡିକା କିଭଳି ଏତେ ସମ୍ପତ୍ତିର ମାଲିକ ହେଲେ ସେ ନେଇ ସିବିଆଇ ଅନୁସନ୍ଧାନ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର