ତିରୁପତି: ଆନ୍ଧ୍ରପ୍ରଦେଶ ପୁଲିସ ରବିବାର ଜଣେ ଯୁବକଙ୍କୁ ଗିରଫ କରିଛି। ଯିଏକି ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ପ୍ରାୟ ୩୦୦ ମହିଳା ଓ ଯୁବତୀଙ୍କ ସହିତ ଭର୍ଚୁଆଲ୍ ଓ ଶାରୀରିକ ସମ୍ପର୍କରେ ରଖିବା ସହିତ ସେମାନଙ୍କୁ ଫସାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲା।
ସୂଚନାଯୋଗ୍ୟ, ପ୍ରୋଡାଟୁର ସହରର ବାସିନ୍ଦା ସି ପ୍ରସନ୍ନ କୁମାର (୨୩) ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରି ପଢ଼ାକୁ ବନ୍ଦ କରି ୨୦୧୭ରେ ଅପରାଧ ମୁହଁ ହୋଇଥିଲା।
ସେ ସୋସିଆଲ ମିଡିଆ ସାଇଟ ମାଧ୍ୟମରେ ମହିଳାଙ୍କ ସହ ବନ୍ଧୁତା କରିବା ସହିତ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା।
ପ୍ରସନ୍ନ କୁମାର ନାମରେ ପ୍ରଥମେ ପ୍ରୋଡାଟୁର ଟୁ ଟାଉନ୍ ଏବଂ ଥ୍ର ଟାଉନ ପୁଲିସ ଦ୍ବାରା ଏକ ଚେନ୍ ଚୋରି ମାମଲା ଏବଂ ୨୦୧୭ରେ ଘର ଭାଙ୍ଗିବା ନେଇ ମାମଲା ରୁଜୁ ହୋଇଥିଲା।
ଏହି ମାମଲାରେ ଗିରଫ ହୋଇ ଜାମିନ ପାଇବା ପରେ ସେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଜରିଆରେ ମହିଳାଙ୍କୁ ପ୍ରଲୋଭନ ଦେଖାଇ ସେମାନଙ୍କ ସହ ଶାରୀରିକ ସଂପର୍କ ରଖିଥିଲା । ଏହା ପରେ ପ୍ରସନ୍ନ ମହିଳାଙ୍କ ଅନ୍ତରଙ୍ଗ ଫଟୋ ଏବଂ ଭିଡିଓ ରେକର୍ଡ କରି ତାହାକୁ ଭାଇରାଲ କରି ଦେବ ବୋଲି ଧମକ ଦେଇ ବିପୁଳ ପରିମାଣର ଟଙ୍କା ଆଦାୟ କରିଥାଏ ବୋଲି କାଦପା ଡେପୁଟି ପୁଲିସ ଅଧୀକ୍ଷକ ବି ସୁନୀଲ କୁମାର କହିଛନ୍ତି।
ଚାକିରି ଠକେଇ ମାମଲା ଏବଂ ଚଳିତ ବର୍ଷ ଜୁନ୍ ଏବଂ ଜୁଲାଇରେ ପ୍ରସନ୍ନ ବିରୋଧରେ ଘର ଭାଙ୍ଗିବା ମାମଲା ରୁଜୁ ହେବା ପରେ କଦପା ପୁଲିସ ପ୍ରସନ୍ନ କୁମାରକୁ ଗିରଫ କରିଥିଲା।
ସୁନୀଲ କୁମାର କହିଛନ୍ତି ଯେ ପ୍ରସନ୍ନ ଯୁବତୀ ଏବଂ ମଧ୍ୟବିତ୍ତ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ସେମାନଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ଲୁଟି ନେଇଥିବା ସ୍ବୀକାର କରିଛି।
୨୦୧୭ ମସିହାରୁ ହାଇଦ୍ରାବାଦ, ବିଜୟୱାଡା ଏବଂ କାଦାପାରୁ ପ୍ରାୟ ୨୦୦ ଯୁବତୀ ଏବଂ ୧୦୦ ମଧ୍ୟବିତ୍ତ ମହିଳା ପ୍ରସନ୍ନ କୁମାରର ଶିକାର ହୋଇଥିଲେ। ପ୍ରସନ୍ନ ସେମାନଙ୍କୁ ଫଟୋ ଓ ଭିଡିଓ ଭାଇରାଲ କରି ଦେବା ଭୟ ଦେଖାଇଥିଲା। ଏହି ଭୟରେ ପୀଡିତାମାନେ ପୁଲିସରେ ଅଭିଯୋଗ କରୁ ନଥିଲେ।
କଦପା ପୁଲିସ ଅଭିଯୁକ୍ତ ପ୍ରସନ୍ନ ଠାରୁ ୧.୨୬ ଲକ୍ଷ ଟଙ୍କା ଏବଂ ୩୦ ଗ୍ରାମ ସୁନା ଅଳଙ୍କାର ଜବତ କରିଛି ।