ବିଞ୍ଚଣା ଗୋଟା ୩୦

ଭୁବନେଶ୍ବର: ବିଞ୍ଚଣା ବୁଲେଇ ବୁଲେଇ ଏବେ ରାଜଧାନୀବାସୀଙ୍କ ରାତି ପାହୁଛି। ପ୍ଲାଷ୍ଟିକ୍‌ ବିଞ୍ଚଣା ଆଉ ମିଳୁନାହିଁ। ଯାହା ବି ଥିଲା ୪ ତାରିଖରୁ ଶେଷ ହୋଇଯାଇଥିବା ବ୍ୟବସାୟୀମାନେ କହିଛନ୍ତି। ଏହାର ଫାଇଦା ନେଇଛନ୍ତି ତାଳ ବିଞ୍ଚଣା କାରିଗର। ବିଞ୍ଚଣାଟେ ବିକିବା ପାଇଁ କୋଉଠି ମେଳା ମେଳଣରେ ପସରା ମେଲାଉଥିବା କାରିଗରମାନେ ଏବେ ରାଜଧାନୀରେ ୩୦ ଟଙ୍କାରୁ ୪୦ ଟଙ୍କାରେ ବିଞ୍ଚଣା ବିକ୍ରି କରିଛନ୍ତି। ଅସହ୍ୟ ଗରମ ମନେ ପଡ଼ି ଯାଉଥିବାରୁ କାରିଗର ଡାକୁଥିବା ଦର ଦେଇ କିଣୁଛନ୍ତି। ବାସନ ଧୋଇବାକୁ ପାଣି ଲୋଡ଼ା ପଡ଼ୁଥିବାରୁ ଏବେ ଘରେଘରେ ଖଲି କିମ୍ବା ବଫେ ଥାଳି ଲୋଡ଼ା ପଡ଼ିଲାଣି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବେ ଖଲିର ମୂଲ୍ୟ ବି ଆଗ ଅପେକ୍ଷା ବଢ଼ିଯାଇଛି। ୧୦ଟାକୁ ‌୨୦ ଟଙ୍କାରେ ମିଳୁଥିବା ବଫେ ଖଲି ଏବେ ୪୦ ଟଙ୍କାରେ ବିକ୍ରି ହେଉଛି।

ସମ୍ବନ୍ଧିତ ଖବର