ଖଣ୍ଡଗିରି : ନୂଆବର୍ଷ ପାର୍ଟିରେ ଜଣେ ମହିଳା କର୍ମଚାରୀଙ୍କୁ ଜୋରଜବରଦସ୍ତ ନଚେଇବାକୁ ଉଦ୍ୟମ କରି ଲାଞ୍ଛିତ କରିଥିବା ଅଭିଯୋଗରେ ଶନିବାର ଖଣ୍ଡଗିରି ଥାନା ପୁଲିସ ଜଣେ ବିଲ୍ଡର୍ଙ୍କୁ ଗିରଫ କରିଛି। ଏହି ରସିକିଆ ବିଲ୍ଡର୍ସ ହେଲେ, ଚନ୍ଦକା ଥାନା ଭୋଳା ଗାଁର ଶ୍ୟାମସୁନ୍ଦର ସେଠୀ ଓରଫ ଅଶୋକ ଓରଫ ଆୟୁଷ(୨୯)। କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ଶ୍ୟାମସୁନ୍ଦରକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂଚନାନୁସାରେ, ପାତ୍ରପଡ଼ା ଅଞ୍ଚଳରେ ରହୁଥିବା ଜଗତସିଂହପୁର ବାଲିକୁଦା ଅଞ୍ଚଳର ଲତିକା(ଛଦ୍ମନାମ) ବିଲ୍ଡର୍ ଶ୍ୟାମସୁନ୍ଦରଙ୍କ ନିକଟରେ କାମ କରୁଥିଲେ। ଖଣ୍ଡଗିରି ମଲ୍ଲିକ କମ୍ପ୍ଲେକ୍ସସ୍ଥିତ ସାଇ କ୍ରିଷ୍ଣା ଡେଭେଲପର୍ସ ନାମକ ସଂସ୍ଥାର ପରିଚାଳନା ନିର୍ଦେଶକ ହେଉଛନ୍ତି ଶ୍ୟାମସୁନ୍ଦର। ଗତ ୩ ତାରିଖ ଅପରାହ୍ଣରେ ଶ୍ୟାମସୁନ୍ଦର କାର୍ଯ୍ୟାଳୟରେ ଏକ ନୂଆବର୍ଷ ପାର୍ଟି ଆୟୋଜନ କରିଥିଲେ। ସମସ୍ତ କର୍ମଚାରୀ ବି ଉପସ୍ଥିତ ଥିଲେ। ଭୋଜିଭାତର ଆସର ସାଙ୍ଗକୁ ନାଚଗୀତ ପାଇଁ ବ୍ୟବସ୍ଥା ମଧ୍ୟ ଥିଲା। ନିଜେ ଶ୍ୟାମସୁନ୍ଦର ମ୍ୟୁଜିକ୍ ତାଳେ ତାଳେ କର୍ମଚାରୀମାନଙ୍କ ସହ ଝୁମି ଉଠିଥିଲେ। ମାତ୍ର ଲତିକାଙ୍କୁ ନାଚି ଆସୁ ନ ଥିବାରୁ ସେ କେବଳ ଅନ୍ୟମାନଙ୍କ ନୃତ୍ୟରୁ ମଜା ଉଠାଉଥିଲେ। ହଠାତ୍ ଶ୍ୟାମସୁନ୍ଦର ଲତିକାଙ୍କୁ ଟାଣି ନେଇ ନଚେଇବାକୁ ଚେଷ୍ଟା କରିଥିଲେ। ଛାଟିପିଟି ହୋଇ ଲତିକା ବାରଣ କରୁଥିବା ସତ୍ତ୍ବେ ସେ ତାଙ୍କ ଅଣ୍ଟାକୁ ଚାପି ଧରି ନଚେଇଥିଲେ ଓ ନିଜେ ଉଦଣ୍ଡ ନୃତ୍ୟ କରିଥିଲେ। ଫଳରେ ବାଧ୍ୟ ହୋଇ ଲତିକା ତାଙ୍କୁ ଠେଲି ଦେଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଶ୍ୟାମସୁନ୍ଦର ତାଙ୍କୁ ଗାଳିମନ୍ଦ କରିବା ସହ ଠେଲାପେଲା କରି ପାର୍ଟିରୁ ବାହାର କରି ଦେଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ମହିଳା ପୁଲିସରେ ଅଭିଯୋଗ କରିବା ପରେ ବିଲ୍ଡର୍ଙ୍କୁ ଗିରଫ କରିଥିଲା।
ମହିଳା କର୍ମଚାରୀଙ୍କୁ ନଚେଇ ରସିକିଆ ବିଲ୍ଡର୍ ଗିରଫ
/sambad/media/post_attachments/wp-content/uploads/2019/12/arrest4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)