ଫ୍ଲାଟ୍‌ ଦେବାକୁ କହି ୩୦ ଲକ୍ଷ ଟଙ୍କା ଠକେଇ, ବିଲ୍ଡର୍‌ ଗିରଫ

ଭୁବନେଶ୍ୱର : ଫ୍ଲାଟ୍‌ ଦେବା ନାଁରେ ୩୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ତାନ୍‌ସୁଂ ପ୍ରପର୍ଟିଜ୍‌ ଆଣ୍ଡ କନ୍‌ସଲଟାଣ୍ଟ୍‌ ସର୍ଭିସ ପ୍ରାଇଭେଟ୍‌ ଲିମିଟେଡ୍‌ର ମୁଖ୍ୟ ବିନୟ ଦାସକୁ ଗିରଫ କରିଛି।

ପୁଲିସ ସୂଚନା ମୁତାବକ, ୨୦୧୩ ମସିହାରେ ବିନୟ ରମାକାନ୍ତ ପଣ୍ଡା ନାମ ଜଣେ ବ୍ୟକ୍ତିଙ୍କୁ ବମିଖାଲରେ ଥିବା ଆପାର୍ଟମେଣ୍ଟରେ ଫ୍ଲାଟ୍‌ ଦେବାକୁ କହି ୩୦ଲକ୍ଷ ଟଙ୍କା ନେଇଥିଲେ। ଇତି ମଧ୍ୟରେ ୪ବର୍ଷ ବିତିଯାଇଥିଲେ ମଧ୍ୟ ବିନୟ ରମାକାନ୍ତଙ୍କୁ ନା ଫ୍ଲଟ୍‌ ଦେଇଥିଲେ ନା ଟଙ୍କା ଫେରାଇଥିଲେ। ରମାକାନ୍ତ ଟଙ୍କା ମାଗିବାରୁ ବିନୟ ଓଲଟି ଧମକଚମକ ଦେଇଥିଲେ। ରମାକାନ୍ତ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଜି ବିନୟକୁ ଗିରଫ କରି ଥାନାରେ ଅଟକ ରଖିଛି। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଭରତ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର