ମେରଠ: ଉତ୍ତର ପ୍ରଦେଶ ବୁଲନ୍ଦସହରରେ ଆଈଙ୍କ ଘରକୁ ବୁଲିବାକୁ ଆସିଥିବା ଦୁଇ ବର୍ଷର ନୀରିହ ଶିଶୁ ମୋବାଇଲ ଚାର୍ଜରକୁ ମୁହଁରେ ଧରି ନେଇଥିଲା। ଏହି ସମୟରେ କରେଣ୍ଟ ଲାଗିବା ହେତୁ ଶିଶୁର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଘରର କେହି ଜଣେ ମୋବାଇଲ ଚାର୍ଜ କରିବା ପାଇଁ ସୁଇଜ ଅନ୍ କରି ରଖିଥିଲେ। ଚାର୍ଜ ହେବା ପରେ ସେ ଫୋନ୍କୁ ତ ବାହାର କରି ଦେଇଥିଲେ କିନ୍ତୁ ସୁଇଜ ଅଫ୍ କରିବା ପାଇଁ ଭୁଲି ଯାଇଥିଲେ।
ରାଜିଆ ନିଜ ଦୁଇବର୍ଷର ଝିଅ ସେହବର ସହିତ ଶୁକ୍ରବାର ନିଜ ମା’ ଘରକୁ ଜହାଙ୍ଗିରବାଦ ଆସିଥିଲେ। ତେବେ ରାଜିଆ ଦିଲ୍ଲୀର ମୁସ୍ତଫାବାଦରେ ନିଜ ସ୍ୱାମୀଙ୍କ ସହିତ ବସବାସ କରନ୍ତି। ରାଜିଆଙ୍କ ମା’ ଅନସାରିୟାନ୍ କଲୋନିରେ ରହନ୍ତି। ଶନିବାର ଦିନ କେହିଜଣେ ମୋବାଇଲ ଚାର୍ଜ କରିବା ପାଇଁ ଚାର୍ଜରେ ଲଗାଇ ଥିଲେ। ଚାର୍ଜ ହୋଇଗଲା ପରେ ମୋବାଇଲ ଚାର୍ଜର ବାହାର କରି ସୁଇଜ ଅଫ କରିବାକୁ ଭୁଲି ଯାଇଥିଲେ। ଶିଶୁଟି ଖେଳୁଖେଳୁ ମୋବାଇଲ ଚାର୍ଜରକୁ ମୁହଁରେ ଦେଇ ଦେଇଥିଲା ଫଳରେ ବିଜୁଳି ଝଟକାରେ ଶିଶୁର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/bulandshahr-1558432060.jpg)