ଲକ୍ଷ୍ମୌ: ଉତ୍ତରପ୍ରଦେଶର ବୁଲନ୍ଦସହରରେ ଯୁବତୀଙ୍କୁ ଅସଦାଚରଣ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୁଲିସ ଉକ୍ତ ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛି।
ଘଟଣାଟି ବୁଲନ୍ଦସହରର କୋତବାଲିର ଦେହାତ ଥାନା ଅଞ୍ଚଳରେ ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଖୁରଜା ଦେହାତ ଗ୍ରାମରେ ବସବାସ କରୁଥିବାା ଜଣାପଡ଼ିଛି। ଖୁରଜା ପାଖ ଗ୍ରାମର ଜଣେ ଯୁବତୀ ଟ୍ୟୁସନରୁ ଫେରୁଥିବା ସମୟରେ ହଇରାଣ କରିବା ସହିତ ଅସଦାଚରଣ କରିଥିଲା। ଏହି ସମୟରେ ପାଖଆଖରେ ଥିବା ଲୋକମାନେ ଖୁରଜାକୁ କାବୁ କରି ନିସ୍ତୁକମାଡ଼ ମାରିଥିଲେ।
କେବଳ ଏତିକି ନୁହେଁ ଗ୍ରାମବାସୀ ମିଶି ଖୁରଜାୁର କେଶ ଓ ନିଶକୁ ସମ୍ପୂର୍ଣ୍ଣ ଭାବେ କାଟି ଦେଇଥିଲେ। ଏଥିସହିତ ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ। ଏହି ଘଟଣାକୁ ନେଇ ଏସଏସପି ଦିନେଶ କୁମାର ସିଂହ କହିଛନ୍ତି, ‘ଘଟଣାର ଯାଞ୍ଚ କରାଯାଉଛି। ଯାଞ୍ଚ ଶେଷପରେ ଯିଏବି ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’