ଡାଏରିରେ ଲେଖାଥିବା ଉପାୟରେ ପରିବାରର ୧୧ ସଦସ୍ୟ ଆତ୍ମହତ୍ୟା କରିଥିଲେ ! ମୋକ୍ଷପ୍ରାପ୍ତି ଲାଗି ଆତ୍ମହତ୍ୟା ମାର୍ଗ ଅବଲମ୍ବନ କରାଯାଇଥିଲା କି ?

ନୂଆଦିଲ୍ଲୀ : ଦିଲ୍ଲୀରେ ଗୋଟିଏ ଘରୁ ସନ୍ଦେହଜନକ ଭାବରେ ୧୧ଟି ମୃତଦେହ ମିଳିବା ଘଟଣାରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀ ପୁଲିସର ସୂଚନା ଅନୁସାରେ, ଘର ଭିତରେ କୌଣସି ଧାର୍ମିକ କିମ୍ବା ରହସ୍ୟମୟ କାର୍ଯ୍ୟକଳାପରେ ଲିପ୍ତ ଥିଲେ ପରିବାର ଲୋକ । ଏହି ଘଟଣାରେ ଖିଅ ଖୋଜୁଛି ପୁଲିସ । ଏହି ଘରୁ ମିଳିଛି ଏକ ଡାଏରି । ଡାଏରିରେ ଲେଖାଯାଇଥିବା ତଥ୍ୟକୁ ଅନୁଧ୍ୟାନ କରୁଛି ପୁଲିସ। ସୂଚନା ଅନୁସାରେ, ଡାଏରୀରେ ଯେପରି ଲେଖା ହୋଇଛି ସେହି ଉପାୟ ମୃତ୍ୟୁ ସମୟରେ ସମସ୍ତେ ଅବଲମ୍ବନ କରିଥିବା ଅନୁମାନ କରାଯାଇଛି।

ଡାଏରୀରେ ଲେଖାହୋଇଛି ଯେ ଆଖିରେ ପଟି ଠିକ ଭାବେ ବନ୍ଧା ହେବା ଦରକାର । ଦଉଡି ସହିତ ଏକ ଶାଢି କିମ୍ବା ଓଢଣି ସାଙ୍ଗରେ ଥିବା ଦରକାର । ସମୁହ ମୋକ୍ଷ ପ୍ରାପ୍ତି ପାଇଁ ଥିବା ବିଭିନ୍ନ ସୋପାନ ଗୁଡିକ ଏହି ଡାଏରିରେ ଲେଖାହୋଇଛି । ଏହି ତଥ୍ୟକୁ ଆଧାର କରି ପୋଲିସ କିଛି ସୁରାକ ଖୋଜିବାରେ ଲାଗିଛି । ଏହି ୧୧ଜଣ ଯାହା ସବୁ କ୍ରିୟା କରିଛନ୍ତି ତାହା କେଉଁ ଦିନ ହେବ ଏବଂ କେତେ ସମୟରେ ହେବ ସେ ସମ୍ପର୍କିତ ତଥ୍ୟ ମଧ୍ୟ ଡାଏରୀରେ ଲିପିବଦ୍ଧ ରହିଛି ।

ଡାଏରିରେ ଲେଖା ହୋଇଥିବା ତଥ୍ୟ ଅନୁସାରେ, ୭ଦିନ ଧରି ପୂଜା କରାଯିବ । ଗୁରୁବାର କିମ୍ବା ରବିବାର ଦିନ ଏହି କ୍ରିୟା କରାଯିବ । ଯଦି ଘରକୁ କେହି ବ୍ୟକ୍ତି ଆସନ୍ତି ତେବେ ତା’ ପର ଦିନ ଏହି କ୍ରିୟା କରାଯିବ । ବିଶେଷ କରି ମଧ୍ୟରାତ୍ରରୁ ୧ଟା ମଧ୍ୟରେ ଏହି କ୍ରିୟାର ସମୟ ନିର୍ଘଣ୍ଟ କରାଯାଇଛିା ଏହି ତଥ୍ୟ ପାଇବା ପରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି । ମିଳିଥିବା ସୂଚନା ଅନୁସାରେ ପରିବାରର ସଦସ୍ୟମାନେ ଗତ କିଛିମାସ ଧରି ଏହି ଡାଏରି ହିନ୍ଦୀରେ ଲେଖିଆସୁଥିଲେ ।

କଣ ଲେଖାଯାଇଛି ଡାଏରୀରେ…

• ଆଖିରେ ପଟି ଠିକ୍ ଭାବେ ବନ୍ଧା ହେବା ଦରକାର । ଦଉଡି ସହିତ ଏକ ଶାଢି କିମ୍ବା ଓଢଣି ସାଙ୍ଗରେ ଥିବା ଦରକାର । ଶୂନ୍ୟ ବ୍ୟତୀତ ଆଉ କିଛି ଦେଖାନଯିବା ଦରକାର ।

• ୭ଦିନ ପରେ ଶ୍ରଦ୍ଧାର ସହ ପୂଜା ଲଗାତର କରାଯିବ । ଯଦି ଘରକୁ କେହି ବ୍ୟକ୍ତି ଆସନ୍ତି ତେବେ ତାପର ଦିନ ଏହି କ୍ରିୟା କରାଯିବ । ଗୁରୁବାର କି ରବିବାର ଦିନ ଏହି କ୍ରିୟା କରାଯିବ । ମଧ୍ୟରାତ୍ରରୁ ୧ଟା ମଧ୍ୟରେ ଏହି କ୍ରିୟାର ସମୟ ନିର୍ଦ୍ଦିଷ୍ଟ କରାଯାଇଛି ।

• ଛିଡା ଯଦି ହୋଇପାରୁନାହନ୍ତି ଅନ୍ୟ ରୁମରେ ଶୋଇପାରିବେ । ସମସ୍ତଙ୍କ ଚିନ୍ତାଧାରା ଏକ ହେବା ଦରକାର । ପୂର୍ବ ଅପେକ୍ଷା ଅଧିକ ଧୀରସ୍ଥିର ହେବ । ଏହା କରିବା ପରେ ଆଗାମୀ କାମ ଧୀରତାର ସହ ଆରମ୍ଭ ହେବ ।

ସମ୍ବନ୍ଧିତ ଖବର