‌ଚୋରି କରିବା ପାଇଁ ଯାଇଥିବା ବେଳେ ରେଲିଂରେ ଫସିଗଲା ଚୋରମୁଣ୍ଡ, ୩ଘଣ୍ଟା ପର୍ଯ୍ୟନ୍ତ ଝୁଲି ରହିଲା

ନୂଆଦିଲ୍ଲୀ: କୁହାଯାଏ ଚୋର ଘର କେବେ ଅନ୍ଧାର ନଥାଏ। ଏମିତି ଏକ ଘଟଣା ନିକଟରେ ଘଟିଛି। ଜଣେ ଯୁବକ ଚୋରି କରିବା ଉଦ୍ଦେଶ୍ୟରେ ଜଣଙ୍କ ଘରେ ପଶୁଥିବା ବେଳେ ତାର ମୁଣ୍ଡ ରେଲିଂରେ ଫସି ଯାଇଥିଲା। ଆଉ ସେ ସେଠାରେ ତିନିଘଣ୍ଟା ପର୍ଯ୍ୟନ୍ତ ଫସି ରହିଥିଲା। ଯେତେ ଚେଷ୍ଟା ପରେ ବି ଚୋର ରେଲିଂ ଭିତରୁ ମୁଣ୍ଡ ବାହାର କରି ପାରି ନଥିଲା।

ଘରଲୋକ କୌଣସି କାମରେ ବାହାରକୁ ଆସିଲା ବେଳେ ଚୋରକୁ ଏପରି ଝୁଲୁଥିବା ଦେଖି ଭୟଭୀତ ହୋଇଯାଇଥିଲେ। ସେମାନେ ପଡ଼ିଶାଘର ଲୋକଙ୍କୁ ଡାକିବା ସହିତ ପୁଲିସରେ ଖବର ଦେଇଥି‌ଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆଶ୍ଚର୍ଯ୍ୟର କଥା ସେପର୍ଯ୍ୟନ୍ତ ଚୋରକୁ କେହି ହେଲେ ସାହାଯ୍ୟ କରିବାକୁ ଯାଇ ନଥିଲେ। ପୁଲିସ କଟର ସାହାଯ୍ୟରେ ରେଲିଂକୁ କାଟି ଚୋର ମୁଣ୍ଡକୁ ବାହାର କରିଥିଲା। ଏହାପରେ ଚୋରକୁ ସେଠାରୁ ଉଦ୍ଧାର କରି ଥାନାକୁ ନେଇ ଯାଇଥିଲା। ଫଟୋ ଓ ଭିଡିଓରେ ରେଲିଂରେ ଚୋରଟି କିପରି ଫସି ରହିଛି ତାହା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଫଟୋ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ କହୁଛନ୍ତି, ‘ଯେସାକୁ ତେସା’।

ସମ୍ବନ୍ଧିତ ଖବର