ଚୋର-ନାଟ୍ୟମ୍‌: ଚୋରି କରିବା ପରେ ସିସିଟିଭିରେ ସୁଟ୍‌ ହେଲା ଚୋର ନାଚୁଥିବାର ଫୁଟେଜ୍‌

ଅହମଦାବାଦ: ଚୋରି କରିବା ପରେ ଏକ ପାଞ୍ଚଜଣିଆ ଚୋର ଦଳ ନାଚୁ ଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ ଉତ୍ତୋଳିତ ହୋଇଛି।
ଶନିବାର ଦିନ ସେମାନେ ଗାନ୍ଧୀନଗର ଅନ୍ତର୍ଗତ ସର୍ଗାସନ ଗାଁ’ରେ ଥିବା ଏକ ଫ୍ଲାଟ୍‌ରେ ପଶିଥିଲେ। ଚୋର ଦଳ ଦୁଇଟି ଫ୍ଲାଟ୍‌ରେ ପଶି ସଫଳତାର ସହ ନଗଦ ଟଙ୍କା ଓ ଦୁଇ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିବା ପରେ ବିଜୟ ଉଲ୍ଲାସରେ ନୃତ୍ୟ କରିଥିଲେ। ସେ ରାସ୍ତାରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ ଏ ଦୃଶ୍ୟ ଉତ୍ତୋଳିତ ହୋଇଯାଇଥିଲା। ପୁଲିସକୁ ବିଦ୍ରୂପ କରିବା ଭଳି ଚୋରମାନଙ୍କର ନୃତ୍ୟର ଭିଡିଓ ଅପ୍‌ଲୋଡ୍‌ କରାଯିବା ପରେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଭାଇରାଲ୍‌ ହୋଇଗଲା।

ଭିଡିଓରେ ଦିଶୁଛି ଚୋର ବେଡ୍‌ସିଟ୍‌ ଗୁଡ଼ାଇ ହୋଇ କୌତୁକିଆ ନୃତ୍ୟ କରୁଛି। ଚୋର ଦଳର ଅନ୍ୟ ସଦସ୍ୟମାନେ ସର୍ଗାସନ ଗାଁ’ର ‘ରତ୍ନରାଜ ରେସିଡେନ୍‌ସି’ରୁ ଚୋରମାନେ ହାତରେ କିଛି ଜିନିଷପତ୍ର ଧରି ଡିଅାଁମାରି ପଳାଇଯାଉଛନ୍ତି। ନାଚି ସାରିବା ପରେ ଚୋରଟି ମଧ୍ୟ ଡିଅାଁମାରି ପଳାଉଛି।

ଅଜ୍ଞାତ ଚୋରମାନଙ୍କ ବିରୋଧରେ ଗାନ୍ଧୀନଗର ସେକ୍ଟର୍‌ ୭ ପୁଲିସ ଦୁଇଟି ଅଭିଯୋଗ ଦାଏର୍‌ କରିଛି।

ପ୍ରଥମ ଘଟନାରେ ଚୋରମାନେ ୫୬ ବର୍ଷିୟ ଅରବିନ୍ଦ ପଟେଲ୍‌ଙ୍କ ଘରେ ପଶି ୧. ୮୧ ଲକ୍ଷ ଟଙ୍କାର ଅଳଙ୍କାର ନେଇ ପଳାଇ ଆସିଥିଲେ। ସେହି ଫ୍ଲାଟ୍‌ରେ ସେ ଚୋର ଦଳ ଅନ୍ୟ ଜଣକ ଘରେ ମଧ୍ୟ ଚୋରି କରିଛନ୍ତି, କିନ୍ତୁ, କେତେ କ’ଣ ଚୋରି କରିଛନ୍ତି ଜଣାପଡ଼ି ନାହିଁ।
ପରେ ସେ ଚୋରଦଳ ’ଶ୍ରୀମଦ୍‌ ରେସିଡେନ୍‌ସି’ ନାମକ ଅନ୍ୟ ଏକ ଫ୍ଲାଟ୍‌ରେ ପଶି ଦୁଇଟି ଘରେ ଚୋରି କରିଛନ୍ତି। କଳ୍ପନା ଶୁକ୍ଳ ନାମ୍ନା ଜଣେ ୫୧ ବର୍ଷୀୟ ମହିଳା ଅଭିଯୋଗ ଦାଏର କରି କହିଛନ୍ତି ଯେ ଚୋରମାନେ ୬୦, ୫୦୦ ଟଙ୍କାର ଜିନିଷ ନେଇ ପଳାଇ ଯାଇଛନ୍ତି। ସେତେବେଳେ ଘରେ ଶୁକ୍ଳ ନ ଥିଲେ।

ସମ୍ବନ୍ଧିତ ଖବର