ବୁର୍ଲା (ବିଧାନ ବଳ): ଶିକ୍ଷାନଗରୀ ଭାବରେ ପରିଚିତ ବୁର୍ଲା ସହରରେ କଫ୍ ସିରପ୍ କାରବାର ବଢ଼ି ଚାଲିଛି। ବୁର୍ଲା ପୁଲିସ ପୁଣି ଶତାଧିକ ବୋତଲ କଫ୍ ସିରପ୍ ସହ ନିଶା ଟାବଲେଟ୍ ଜବତ କରିଛି। ନିଶା କାରବାରେ ବ୍ୟବହୃତ କାର(ଓଡି-୦୨-ଡି-୪୪୩୧), ନଗଦ ୩ ହଜାର ୬ଶହ ଟଙ୍କା ଓ ତିନିଟି ମୋବାଇଲ ଫୋନ ଜବତ କରିବା ସହିତ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୋମବାର ରାତିରେ ପୁଲିସ ପାଟ୍ରୋଲିଂ ଚାଲିଥିବା ବେଳେ ସହରର ମିର୍ଦ୍ଧାପଡ଼ା ହନୁମାନ ମନ୍ଦିର ନିକଟରେ କଫ୍ ସିରପ୍ ବିକ୍ରି ହେଉଥିବା ସୂଚନା ମିଳିଥିଲା। ଚଢ଼ଉ ବେଳେ ୧୨୨ ବୋତଲ ଏସ୍କଫ୍ ନାମକ କଫ୍ ସିରପ୍ ଜବତ ହୋଇଛି। ସେଥି ମଧ୍ୟରୁ ତିନିଟି ବୋତଲର ଠିପି ଖୋଲା ଥିବା ଦେଖାଯାଇଛି।
ଆହୁରି ପଢ଼ନ୍ତୁ: Rajya Sabha Polls: ରାଜ୍ୟସଭା ଯିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ: ବିହାରରୁ ରାଜ୍ୟସଭା ପାଇଁ ନିତିନ ନବୀନ ହେଲେ ପ୍ରାର୍ଥୀ
ସେହିପରି ଜବତ ନାଇଟ୍-୧୦ ନାମକ ନିଶା ଟାବଲେଟ୍ର ୧୦ ଟିକିଆ ଷ୍ଟ୍ରିପରୁ ୭ଟି ବ୍ୟବହାର ହୋଇ ୩ଟି ଟାବଲେଟ୍ ବଳିଥିବା ଦେଖାଯାଇଛି। ଫଳରେ କଫ୍ ସିରପ୍ ଓ ନିଶା ଟାବଲେଟ୍ ଅପମିଶ୍ରଣ କରି ବିକ୍ରି ହେଉଥିବା ସ୍ପଷ୍ଟ ହୋଇଛି। ବୁର୍ଲା ଥାନାରେ ଓଡ଼ିଶା ଅବକାରୀ ଆଇନରେ ଏକ ମାମଲା (କେସ ନଂ ୧୦୮/୨.୩.୨୦୨୬) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ବୁର୍ଲା ସହର ଭକ୍ତିମଣ୍ଡପର କେ.ସୁଜିତ(୨୪), ବିଷ୍ଣୁମନ୍ଦିରପଡ଼ାର ସୁଶାନ୍ତ ନାଗ(୩୬) ଓ ସମ୍ବଲପୁର ଟାଉନ ଥାନା ଫାଟକ ମାଳିପଡ଼ା ୫ନଂ ଗଳିର ସଙ୍କେତ ମିଶ୍ର(୨୮)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/03/03/whatsapp-image-2026-2026-03-03-20-05-16.jpeg)