କୋଚି : କେରଳର ଜଣେ ବସ୍ ଚାଳକ ଷ୍ଟଣ୍ଟ ମାରୁଥିବା ସମୟର ଭିଡିଓ ଭାଇରାଲ ହୋଇଛି। ଏକ ଟୁରିଷ୍ଟ ବସ୍କୁ ଗୋଟିଏ ଘରୋଇ ସ୍କୁଲ ଭଡାରେ ନେଇଥିବା ସମୟରେ ଚାଳକ ସ୍କୁଲର ପ୍ଲେ ଗ୍ରାଉଣ୍ଡରେ ଷ୍ଟଣ୍ଟ ମାରୁଥିବା ଦେଖିବାକୁ ମିଳୁଛି।
କେରଳର ଜଣେ ବସ୍ ଚାଳକ ଷ୍ଟଣ୍ଟ ମାରିବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଟୁରିଷ୍ଟ ବସ୍କୁ ବିଦ୍ୟାଧିରାଜ ସ୍କୁଲ ପିଲାଙ୍କ ପାଇଁ ଭଡାରେ ନେଇଥିଲା। ଏହି ଷ୍ଟଣ୍ଟ ସ୍କୁଲର ପ୍ଲେ ଗ୍ରାଉଣ୍ଡରେ କରାଯାଉଛି। ଭିଡିଓ ଭାଇରାଲ ହେବା ପରେ କେରଳର ପରିବହନ ବିଭାଗ (ଏମବିଡି)ବସ୍ ଚାଳକ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗିରଫ କରିଛନ୍ତି। ଏହି ଭିଡିଓରେ ଷ୍ଟଣ୍ଟ କରୁଥିବା ସମୟରେ ଏକ ସେଡାନ୍ କାର ବି ଦେଖିବାକୁ ମିଳୁଛି। କାର ଚାଳକଙ୍କ ନାମ ଅଭିଷେକ ବୋଲି ଜଣାପଡ଼ିଚି । ଦୁଇ ଚାଳକଙ୍କୁ ପୁଲିସ ଗିରଫ କରିଛି। ପରିବହନ ଅଧିକାରୀ ବସ୍ର ଆରସି ବୁକ୍ ବି ଜବତ କରିବା ସହିତ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରିଛନ୍ତି।