୫୦ଫୁଟ ଉଚ୍ଚ ମୋବାଇଲ ଟାୱାର ଉପରେ ଚଢ଼ି ଜୀବନ ହାରିବାକୁ ଧମକ ଦେ‌ଲେ ବସ ଚାଳକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପରିବହନରେ କାମ କରୁଥିବା ବସଚାଳକଙ୍କ ପ୍ରତି ଅଧିକାରୀମାନେ ଅଣଦେଖା କରିବାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବସଚାଳକ ଅଧିକାରୀଙ୍କ ଅଣଦେଖାରେ ବିରକ୍ତ ହୋଇ ନିକଟସ୍ଥ ଏକ ମୋବାଇଲ ଟାୱରରେ ଚଢ଼ି, ସେଠାରୁ ଡେଇଁ ଜୀବନ ହାରିଦେବେ ବୋଲି ଧମକ ଦେଇଥିଲେ।

ତେବେ ଏପରି କରିବା ପଛର କାରଣ ହେଉଛି, ବସ ଚାଳକ ରାଜୁ ସୋନି ଲକ୍ଷ୍ମୌରୁ ଅଲିଗଡ଼ ପଥରେ ବସ ଚଲାଇ ଥାଆନ୍ତି। ସେ ଯେଉଁ ବସ ଚଲାଉଛନ୍ତି, ତାହା ଖରାପ ହୋଇଗଲାଣି। ଏଥିପାଇଁ ତାଙ୍କୁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି କାରଣରୁ ସେ ବିରକ୍ତ ହୋଇଯାଇଥିଲେ। ସେ ଚଲାଉଥିବା ବସରେ ଅନେକ ସମୟରେ ଯାନ୍ତ୍ରିକ ତ୍ରୁଟି ହେତୁ ଅଧାରୁ ଅଟକି ଯାଇଥ‌ାଏ। ଏନେଇ ସେ ଅଧକାରୀମାନଙ୍କୁ ସୂଚିତ କରିଥିଲେ, କିନ୍ତୁ ଅଧିକାରୀମାନେ ତାଙ୍କର କୌଣସି ଅଭିଯୋଗ ଶୁଣି ନଥିଲେ।

ଏହି କାରଣରୁ ରାଜୁ ଗୁରୁବାର ସକାଳ ୮ଟା ସମୟରେ ମା’ଙ୍କ ସହିତ କୌଣସି କାମରେ ଘରୁ ବାହାରକୁ ବାହାରିଥିବା‌ ବେଳେ ହଠାତ ଏକ ମୋବାଇଲ ଟାୱାର ଉପରେ ଚଢ଼ି ଯାଇ ଜୀବନ ହାରି ଦେବାକୁ ଧମକ ଦେଇଥିଲେ।

ସ୍ଥାନୀୟଲୋକେ ତୁରନ୍ତ ଏହି ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅନେକ ଚେଷ୍ଟା ପରେ ମୋବାଇଲ ଟାୱାର ଉପରୁ ରାଜୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଆଉ ଯଥାଶୀଘ୍ର ସେ କରିଥିବା ଅଭିଯୋଗର ସମାଧାନ  ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।

ସମ୍ବନ୍ଧିତ ଖବର