ବ୍ୟବସାୟୀ ଗିରଫ, ମୋବାଇଲ୍‌ ଜବତ

ଭୁବନେଶ୍ୱର : ମୋବାଇଲ୍‌ ଚୋରି ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ପୁରୁଣା ଖବରକାଗଜ ବ୍ୟବସାୟୀକୁ ଗିରଫ କରିଛି। ସେ ହେଲା ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ନିଲୁ ମଣ୍ଡଳ(୨୦)। ଏଠାରେ ପାଣ୍ଡରା ଅଞ୍ଚଳରେ ରୁହେ। ପୁଲିସ ସୂଚନା ମୁତାବକ, ରବିବାର ସକାଳେ ନିଲୁ ଝାରପଡ଼ା ଅଞ୍ଚଳରେ ଥିବା ମହମ୍ମଦ ସାହାବୁଲ୍ଲାଙ୍କ ଘରୁ କିଛି ପୁରୁଣା ପେପର କିଣି ଥିଲା। ନିଲୁ ପେପର ନେବା ସମୟରେ ସାହାବୁଲ୍ଲାଙ୍କ ମୋବାଇଲ୍‌ ଫୋନ୍‌ ନେଇ ପଳାଇଥିଲା। ତେବେ କିଛି ସମୟ ପରେ ସାହାବୁଲ୍ଲା ମୋବାଇଲ୍‌ ନ ପାଇବାରୁ ନିଲୁ ଉପରେ ସନ୍ଦେହ କରିଥିଲେ। ଏ ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ମୋବାଇଲ୍‌ ଟ୍ରାକିଂ ପରେ ପୁଲିସ ନିଲୁର ଠିକଣା ଠାବ କରି ତାଠାରୁ ମୋବାଇଲ୍‌ ଜବତ କରିଥିଲା। ଥାନାର ପଚରାଉଚରାରେ ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର