ମୁହଁରେ ଅଖା ଘୋଡ଼ାଇ ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ଜଣେ ଗିରଫ

ପୁରୁଣା ଭୁବନେଶ୍ୱର: ମୁହଁରେ ଅଖା ଘୋଡ଼ାଇ ପ୍ରାଣାନ୍ତକ ଆକ୍ରମଣ କରିବା ସହ ଚେନ୍ ଓ ଟଙ୍କା ଲୁଟ୍ କରିବା ଅଭିଯୋଗର ଶ୍ରୀଲିଙ୍ଗରାଜ ଥାନା ପୁଲିସ ଜଣକୁ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲା, ଏୟାରଫିଲ୍‌ଡ ଥାନା ଅଧୀନ ଓରକଳର ସ୍ମୃତି ମହାନ୍ତି(୩୨)। ପୁଲିସ ସୂଚନା ମୁତାବକ ଶ୍ରୀଲିଙ୍ଗରାଜ ଥାନା ଅଧୀନ ରାଧାକୃଷ୍ଣ ନଗରର ମୈଥେଳୀ ଶରଣ ମହାନ୍ତି(୩୨) ଗତ ଡିସେମ୍ବର ୩୧ତାରିଖ ରାତି ପ୍ରାୟ ସାଢ଼େ ୧୨ଟାରେ ଭୋଜି ଖାଇ ତାଙ୍କ ବଲେରୋ (ଓଡି୦୨ଜେଡ୍୪୫୦୦)ରେ ଫେରୁଥିଲେ। ଏତିକି ବେଳେ ୪ଜଣ ଦୁର୍ବୃତ୍ତ ସାନେଟୋରିଅମ୍ ଛକ ନିକଟରେ ତାଙ୍କ ମୁହଁରେ ଅଖା ଘୋଡ଼ାଇ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ପରେ ତାଙ୍କ ବେକରୁ ସୁନା ଚେନ୍ ଓ ୭୧ହଜାର ଟଙ୍କା ଲୁଟି ନେଇଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ଶ୍ରୀଲିଙ୍ଗରାଜ ଥାନା ପୁଲିସ ମଙ୍ଗଳବାର ସ୍ମୃତିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟମାନେ ଫେରାର ଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର