ବାଥ୍‌ରୁମ୍‌ରେ କ୍ୟାମେରା ଲୁଚାଇ ପଡ଼ୋଶୀ ମହିଳାଙ୍କ ଅଶ୍ଲୀଳ ଭିଡ଼ିଓ ରେକର୍ଡ଼ କଲେ ଯୁବକ, ଭାଇରାଲ ହେଲା ଭିଡ଼ିଓ

କୋଲକାତା : ପଡ଼ୋଶୀ ପଞ୍ଚିମବଙ୍ଗରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଜଣେ ବ୍ୟବସାୟୀ ପଡ଼ୋଶୀଙ୍କ ବାଥ୍‌ରୁମ୍‌ରେ କ୍ୟାମେରା ଲଗାଇବା ସହ ପଡ଼ୋଶୀ ମହିଳାଙ୍କ ନଗ୍ନ ଗାଧୁଆ ଦୃଶ୍ୟକୁ କ୍ୟାମେରାରେ କଏଦ୍‌  କରିବା ପରେ ଏହାକୁ  ସୋସିଆଲ ମିଡ଼ିଆରେ ଭାଇରାଲ କରିଥିବା ଅଭିଯୋଗ ହୋଇଛି । ଏ ନେଇ ପୀଡ଼ିତା ପୁଲିସରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କ ଘରକୁ ଯାଇ ତାଙ୍କୁ ମାଡ଼ ମାରିବା ସହ ଅଭିଯୋଗ ଫେରାଇ ନ ଆଣିଲେ  ସ୍ୱାମୀକୁ ଜୀବନରୁ ମାରିଦେବା ଧମକ ଦେଇଛନ୍ତି।  ଏ ବିଷୟରେ ପୁଲିସକୁ ଖବର ଦିଆଯିବା ପରେ ଫେରାର ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ପୁଲିସ ।

hindi.oneindia.com

ମାଲଦା ବାଖରପୁରରେ ରହୁଥିବା ପୀଡ଼ିତାଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ଇମ୍‌ରୁଲ ଶେଖ୍‌ ଜଣେ କପଡ଼ା ବ୍ୟବସାୟୀ ହୋଇଥିବା ବେଳେ ଆମ ଘରକୁ ପ୍ରାୟ ଯିବାଆସିବା କରୁଥିଲେ । କିଛି ଦିନ ତଳେ ଇମ୍‌ରୁଲ ଆମ ଘରକୁ ଆସିଥିବା ବେଳେ ବାଥ୍‌ରୁମ ବ୍ୟବହାର କରିବା ପାଇଁ କହିଥିଲେ । କିନ୍ତୁ ଜଣା ନଥିଲା ବାଥ୍‌ରୁମ୍‌ ଭିତରକୁ ଯାଇ ଇମ୍‌ରୁଲ ଏଭଳି କିଛି କରିବେ । ଜୁନ୍‌ ୧୮ରେ ମୁଁ ମୋର ଅଶ୍ଲୀଳ ଭିଡ଼ିଓ ଫେସ୍‌ବୁକ୍‌ରେ ଦେଖିବା ପରେ ସବୁ ସତ ସାମ୍ନାକୁ ଆସିଥିଲା। ସୋସିଆଲ ସାଇଟ୍‌ରେ ସେ ୪୫ମିନିଟ୍‌ର ଏକ ଭିଡ଼ିଓ ଅପ୍‌ଲୋଡ଼ କରିଥିଲେ । ଏହା ଦେଖି ମୁଁ ଅଭିଯୋଗ କରିବା ପରେ ଲଗାତାର ମୋତେ ମାଡ଼ ମାରିବା ସହ ମୋ ପରିବାର ଲୋକଙ୍କୁ ଧମକାଇବା ଆରମ୍ଭ କରିଥିଲେ । ଏ ନେଇ ପଞ୍ଚାୟତରେ ବୈଠକ ବସିଥିବା ବେଳେ ଇମ୍‌ରୁଲ ପୀଡ଼ିତା ଏବଂ ତାଙ୍କ ସ୍ୱାମୀଙ୍କୁ ଗାଳି ଦେବା ସହ ଆକ୍ରମଣ କରିବାର ଉଦ୍ୟମ କରିଥିଲେ ।

ସମ୍ବନ୍ଧିତ ଖବର