ଭୁବନେଶ୍ବର: କେବୁଲ୍ ଚୋରି ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଲୁଟେରାକୁ ଗିରଫ କରିଛି। ପୁଲିସ ତା’ଠାରୁ ୧ଲକ୍ଷ ୯୦ହଜାର ଟଙ୍କାର କପର କେବୁଲ୍ ଜବତ କରିଛି। ସେ ହେଲା ମାଳିସାହି ମସଜିଦ୍ କଲୋନି ଅଞ୍ଚଳର ସେକ୍ ରାଜେଶ(୨୨)। ପୁଲିସ ଏକ ମାମଲା ରୁଜୁ କରି ଆଜି ତାକୁ କୋର୍ଟ ଚାଲାଣ କରିଛି। ଗତ ୨୪ ତାରିଖ ରାତିରେ ରାଜେଶ ଚନ୍ଦ୍ରମା ଆପାର୍ଟମେଣ୍ଟରୁ କପର କେବୁଲ୍ ଚୋରି କରି ନେଇଥିଲା। ପରଦିନ ସକାଳୁ କେବୁଲ୍ ନଥିବା ଦେଖି ଆପାର୍ଟମେଣ୍ଟର ରାଜେଶ କୁମାର ବର୍ମା ପୁଲିସକୁ ଜଣାଇଥିଲେ। ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆଖପାଖରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ଲୁଟେରାକୁ ଚିହ୍ନଟ ପରେ ରବିବାର ରାତିରେ ତାକୁ ମାଳିସାହିରୁ ଗିରଫ କରିବା ସହ କେବୁଲ୍ ଜବତ କରିଥିଲା।
ଲକ୍ଷାଧିକ ଟଙ୍କାର କେବୁଲ୍ ଜବତ, ଲୁଟେରା ଗିରଫ
/sambad/media/post_attachments/wp-content/uploads/2019/08/arrest-3.jpg)