ମହିଳାଙ୍କୁ ଏକା ଦେଖି ଅସଦାଚରଣ କଲା ସ୍ୱିଗିର ଡ଼େଲିଭରି ବଏ,କମ୍ପାନୀରେ ଅଭିଯୋଗ କରିବା ପରେ ମିଳିଲା ଏଭଳି ଆଶ୍ଚର୍ଯ୍ୟଜନକ ଉତ୍ତର

ଇନ୍ଦୋର : ପୂର୍ବରୁ ଅନ୍‌ଲାଇନ୍‌ ଖାଇବା ଅର୍ଡ଼ର କରି ବା କୌଣସି ଜିନିଷ ଅର୍ଡ଼ର କରି ଲୋକମାନେ ଭୋଗିଥିବା ଅସୁବିଧା ବିଷୟରେ ଆମେ ଆପଣଙ୍କୁ ଜଣାଇଛୁ । କେତେବେଳେ ଖାଇବାରୁ ଅସରପା ତ କେତେବେଳେ ଫୋନ ବଦଳରେ ଇଟା ଆସିଛି। ଏଭଳି ଅନେକ ଘଟଣା ଅନ୍‌ଲାଇନ୍‌ ଅର୍ଡ଼ର କରିଥିବା ଲୋକମାନଙ୍କ ସହିତ ଘଟିଥିବା ଦେଖିବାକୁ ମିଳିଥାଏ । କିଛି ସେଭଳି ଘଟିଥିଲା ଇନ୍ଦୋରରେ ରହୁଥିବା ଜଣେ ମହିଳାଙ୍କ ସହ । ଅନ୍‌ଲାଇନ୍‌ ସାଇଟ୍‌ ସ୍ୱିଗିରୁ ମହିଳାଜଣଙ୍କ ନିଜ ପାଇଁ ଖାଇବା ଅର୍ଡ଼ର କରିଥିଲେ । ଅର୍ଡ଼ର ସମୟ ମଧ୍ୟରେ ଡ଼େଲିଭରୀ ମଧ୍ୟ ହୋଇଥିଲା । କିନ୍ତୁ ଡ଼େଲିଭରୀ ସମୟରେ ଡ଼େଲିଭରୀ ବଏ ଯେଉଁଭଳି ବ୍ୟବହାର କରିଥିଲେ ତାହା ଏବେ ସମସ୍ତଙ୍କ ଭାବିବା ପାଇଁ ବାଧ୍ୟ କରିଛି ।

bhaskar.com

ସୂଚନା ମୁତାବକ, ଡ଼େଲିଭରୀ ବଏ ମହିଳାଙ୍କୁ ଘରେ ଏକା  ଦେଖି ଘର ଭିତରକୁ ଯିବା ସହ ତାଙ୍କ ସହ ଅସଦାଚରଣ କରିଥିଲେ । ଯାହା ପରେ ମହିଳାଜଣଙ୍କ ପାଟି କରି ପଡ଼ୋଶୀମାନଙ୍କୁ ଡ଼ାକିବାରୁ ଡ଼େଲିଭରୀ ବଏ ସେଠାରୁ ଖସି ପଳାଇଥିଲେ । ଏ ନେଇ ପୁଲିସରେ ଅଭିଯୋଗ ହେବା ପରେ ପୁଲିସ ଦୁଇ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଥିଲା । ଅନ୍ୟ ପକ୍ଷରେ ଏହି ଘଟଣା ବିଷୟରେ ଜଣାଇବା ପାଇଁ ପୀଡ଼ିତା ଗୁଗଲରୁ ସ୍ୱିଗିର ନୋଏଡ଼ାସ୍ଥିତ ଅଫିସର ନମ୍ବର ବାହାର କରି ପୂରା ଘଟଣା ଜଣାଇଥିଲେ । ସବୁ ଜାଣିବା ପରେ,ଆମେ ଏହାର ସମାଧାନ କରି ପାରିବୁ ନାହିଁ ବୋଲି ସ୍ୱିଗି କର୍ମଚାରୀ ଉତ୍ତର ରଖିଥିଲେ । ପରେ ପୀଡ଼ିତା ସ୍ୱିଗିର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ କଥା କରାଇବା ପାଇଁ କହିବାରୁ ଆପଣ ମୋଦିଜୀଙ୍କ ଆଗରେ ଅଭିଯୋଗ କରନ୍ତୁ ବୋଲି ନୋଏଡ଼ା ଅଫିସରୁ ଉତ୍ତର ମିଳିଥିଲା ।

ସମ୍ବନ୍ଧିତ ଖବର