‘ବେଶ୍ୟା’ କହି ଗାଳି କରିବାରୁ ଉତକ୍ଷିପ୍ତ ପତ୍ନୀ ହାତରେ ଯାଇଥିଲା ପତିର ଜୀବନ: ହତ୍ୟା ମାମଲାରୁ ସୁପ୍ରିମ୍‌କୋର୍ଟ କଲେ ଦୋଷମୁକ୍ତ

ନୂଆଦିଲ୍ଲୀ: ସ୍ୱାମୀସ୍ତ୍ରୀଙ୍କ କଳହ ଲାଗିଥିବା ବେଳେ କ୍ରୋଧରେ ଆସି ପତ୍ନୀଙ୍କୁ ବେଶ୍ୟା କହିଥିଲେ ସ୍ୱାମୀ। ଏହି କାରଣରୁ ଦୁହିଁଙ୍କ ଭିତରେ ଗଣ୍ଡଗୋଳ ତୀବ୍ର ରୂପ ନେଇଥିଲା। ରାଗ ଜର୍ଜରିତ ପତ୍ନୀଙ୍କ ହାତରେ ଯାଇଥିଲା ସ୍ୱାମୀଙ୍କ ଜୀବନ। ଏହି ମାମଲାର ବିଚାର କରି ଉଚ୍ଚ ନ୍ୟାୟାଳୟ ପତ୍ନୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ମାତ୍ର ପତ୍ନୀ ଏହି ମାମଲାର ପୁର୍ନବିଚାର କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ବିଚାର କରି ପତ୍ନୀଙ୍କୁ ଦୋଷ ମୁକ୍ତ ଘୋଷଣା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପତିପତ୍ନୀ ଝଗଡ଼ା ଲାଗୁଥିବା ବେଳେ ସେମାନେ ରହୁଥିବା ସମାନ ବିଲ୍ଡିଂର ପ୍ରଥମ ମହଲାରେ ରହୁଥିବା ପଡ଼ୋଶୀ ନଓ୍ଵାଜ କଳି ଭାଙ୍ଗିବାକୁ ଆସି ପହଞ୍ଚି ଯାଇଥିଲେ। ସେ ମହିଳାଙ୍କ ସ୍ୱାମୀଙ୍କୁ ତାଙ୍କ ପତ୍ନୀ ଓ ଝିଅଙ୍କ ସହ ଝଗଡ଼ା ନକରିବାକୁ ମନା କରିଥିଲେ। ପତି ନମାନିବାରୁ ନଓ୍ଵାତ ତାଙ୍କୁ ବାରମ୍ବାର ଚାପୁଡ଼ା ମାରିଥିଲେ। ପରେ ସେ ଶାନ୍ତ ନ ହେବାରୁ ନଓ୍ଵାଜ ଓ ଉକ୍ତ ବ୍ୟକ୍ତିଙ୍କ ପତ୍ନୀ ମିଶି ତାଙ୍କ ବେକରେ ଏକ ତଉଲିଆ ଗୁଡ଼ାଇ ତାଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ମାତ୍ର ଧସ୍ତାଧସ୍ତି ଫଳରେ ସ୍ବାମୀର ଜୀବନ ଯାଇଥିଲା।  ଏହା ପରେ  ଅପରାଧକୁ ଲୁଚାଇବା ପାଇଁ ମୃତ ଶରୀରକୁ  ପତ୍ନୀ  ଜାଳି ଦେଇଥିଲେ।

ସମ୍ବନ୍ଧିତ ଖବର